ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଗାଁର ତଥା ସେ ଅଂଚଳର ଜଣେ ଗଣ୍ୟମାନ୍ୟ ଶିକ୍ଷକ, ଅତିତର ସିଆର୍ସି, ଜଣେ ବନ୍ଧୁ ବତ୍ସଳ, ସଂଗଠକ, ଚିତ୍ରକର, ସଂଗୀତକାର ଭାବେ ପରିଚିତ ପ୍ରମୋଦ କୁମାର ଚାନ୍ଦଙ୍କର ୬୧ବର୍ଷ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଛି । ଗାଁରେ ଥିବା ଜଗନ୍ନାଥ ମନ୍ଦିରର ବାହୁଡା ଯାତ୍ରାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ଗତ ରାତିରେ ଛାତି ଯନ୍ତ୍ରଣା ହେବାରୁ ଭୋର ୫ଟାରେ ଜଳେଶ୍ୱର ଭଟ୍ଟର ହସ୍ପିଟାଲକୁ ଆଣିଥିଲେ ହେଁ ତାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୁଆଡ ଏମ୍ଇ ସ୍କୁଲରେ ଚାକିରି ଆରମ୍ଭ କରି ପରେ ଘୋଳେଇ ପ୍ରାଥମିକ ବିଦ୍ୟାଳୟ ଓ ପରେ ଲୁହାପଡାର ନୂଆଗାଁ ପ୍ରାଥମିକ ବିଦ୍ୟାଳର ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଥିବା ବେଳେ ଦୀର୍ଘ ୭ବର୍ଷ ଧରି ସିଆର୍ସିଭାବେ ଦକ୍ଷତାର ସହ କାର୍ହ୍ୟକରି ୨୦୧୯ ଜୁନ୍ ମାସରେ ଅବସର ଗ୍ରହଣ କରିଥିଲେ । ତାଙ୍କର ରଚିତ ସଂଗୀତ ଏବେବି ଖୁଆଡସ୍ଥିତ କସ୍ତୁରବା ଆଶ୍ରମ ସ୍କୁଲରେ ଗାନ କରାଯାଇ ଆସୁଛି । ତାଙ୍କର ୨ପୁଅ ଓ ୨ଝିଅ ସ୍ତ୍ରୀ, ଭାଇ ଉପସ୍ଥିତ ଥିବା ବଡପୁଅ ଉତ୍କଳ କେଶରୀ ଚନ୍ଦ ନିଜ ଜନ୍ମ ମାଟିରେ ମୁଖାଗ୍ନିତ କରିବେ ବୋଲି ଜଣାଯାଇଛି । ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ ତାଙ୍କୁ ଏକ ବିରାଟ ପଡୁଆରରେ ଅନ୍ତିମ ସଂସ୍କାରସ୍ଥାନ ପର୍ଯ୍ୟନ୍ତ ନେଇ ଯାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା