ଶିକ୍ଷକ ବିଜୟ କୁମାର ଜେନାଙ୍କ ଅବସର କାଳୀନ ସଭା…

କେନ୍ଦୁଝର (ସମୃଦ୍ଧ ଓଡିଶା) ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାମକଷ୍ଣପୁର ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ରଟିଣା ଉଚ୍ଚ ବିଦ୍ୟାଳୟର ଅବସପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ବରେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବି.ଇ.ଓ. ଅଭୟ କୁମାର ବେହେରା, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଏ.ବି.ଇ.ଓ. ଚତୁର୍ଭୁଜ ପଢି,ସ୍ଵତନ୍ତ୍ର ବକ୍ତା ନାରାୟଣ ଚନ୍ଦ୍ର ଲେଙ୍କା ଓ ସମ୍ମାନିତ ଅତିଥି ଭାବେ ଏ.ବି.ଇ.ଓ ଧନେଶ୍ଵର ଖଣ୍ଡାର, ଏ.ବି.ଇ.ଓ. ସୁରେଶ ଚନ୍ଦ୍ର ଜେନା, ପି.ସ.ଟି.ଏ. ସଭାପତି ଶଶି ଭୂଷଣ ପୁହାଣ, ଗୟାଧର ମିଶ୍ର, ନରୋତମ ଶତପଥୀ ଓ ପ୍ରାକ୍ତନ ଏ.ବି.ଇ.ଓ. ଅମୂଲ୍ୟ କୁମାର ମିଶ୍ର ଜଣେ ଆଦର୍ଶ ଶିକ୍ଷକର ଭୂମିକା ବିଜୟ କୁମାର ଜେନା ରୂପାନ୍ତରିତ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ଗ୍ରାମର ଯୁବ ଗୋଷ୍ଠୀ ସହାୟତା କରିଥିଲା ବେଳେ ଶିକ୍ଷକ ଧର୍ମପଦ ବେହେରା ଶ୍ରୀଯୁକ୍ତ ଜେନା ଓ ବିଦ୍ୟାଳୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଣେ ଶିକ୍ଷକ ଥିବାରୁ ଆଉ ଗୋଟେ ଶିକ୍ଷକ ଦେବା ନିମନ୍ତେ ବି. ଇ. ଓ.ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ସତ୍ୟନାରାୟଣ ଜେନା, ବିଦ୍ୟାଧର ପୁହାଣ, ଦଇତାରୀ ରାଉତ, ବିଦାୟୀ ଶିକ୍ଷକଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ କେଶବ କୁମାର କର,ଗଙ୍ଗାଧର ମହୁରୀ,ବସନ୍ତ କୁମାର ନାଇକ, ମଙ୍ଗଲ ହାଁସଦା, ରବି ନାରାୟଣ ଦାସ ମହାପାତ୍ର,ରବୀନ୍ଦ୍ର ବିଶ୍ୱାଳ, ବ୍ରଜମୋହନ ଭୋଇ, ନିରୁପମା ସାହୁ, ଶତ୍ରୁଘ୍ନ ମହାରଣା ଅଂଶ ଗ୍ରହଣ କରିଥିଲେ । ପ୍ରସନ୍ନ ବେହେରା ଓ ସାଥୀ ବିଦାୟୀ ସଙ୍ଗୀତ ପରିବେଷଣ କରିଥିଲେ ।ବରିଷ୍ଠ ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । କାମନା ମହାପାତ୍ର, ଦେବବାଞ୍ଛିଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ