ଜଳେଶ୍ୱର(ସମୃଦ୍ଧ ଓଡିଶା )ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଗଣ ସଂଗଠନ ମାନଙ୍କ ଡାକରାରେ ଜାନୁଆରୀ ୮ ଓ ୯ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଗଣକନଭେସନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ-ଶ୍ରମିକ-କର୍ମଚାରୀ ସମନ୍ନୟ ସମିତି ପକ୍ଷରୁ ଦିଲ୍ଲୀପ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସିତାଂଶୁସେନାପତି, ଅନ୍ତର୍ଯ୍ୟାମୀ ଜେନା, ଦିଲ୍ଲୀପ ପରିଡା, ଡଃ.ଲଳିତ ସେନାପତି, ଗଣେଶ ପାତ୍ର, ଈଶାନୀ ଷଡଙ୍ଗୀ,କପିଳେଶ୍ୱର ମହାନ୍ତି, ସବିତା ଭୂୟାଁ, ଅଜିତ ଦାସ,ପ୍ରଫୁଲ୍ଲ ମହାନ୍ତି, ଖଗେନ୍ଦ୍ର ନାଥ ସାହୁ, ଭାସ୍କର ମିଶ୍ର, ବିଜୟକାମିଳା, ଜିତାଂଶୁ ନନ୍ଦୀ, ପ୍ରଶାନ୍ତ ମହାନ୍ତି, ରମେଶପାତ୍ର, ପ୍ରଦୀପ ପାତ୍ର, ଜୀବନ ପରିଡା, ବନମାଳୀ ଧଳ,ଅଜିତ ମହାନ୍ତି, କାର୍ତିକ ଦାସ, ସେକ୍ କମଲୁ ପ୍ରମୁଖ ଯୋଗଦେଇ ଏହି ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଶେଷରେ କାଳି ଚରଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା