ଶିକ୍ଷାବିତ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ଦେଲେ ଗଞ୍ଜାମସହରବାସୀ ଓ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କଲେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ  ସହରର ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ତଥା ପ୍ରଜ୍ଞା ପୁରୁଷ ଛାତ୍ର ବତ୍ସଳ ଗୁରୁ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଗଞ୍ଜାମ ସହରର ଆବାଳ ବୃଦ୍ଧ ବନୀତା ସମସ୍ତେ ମିଶି ଆଜି ତାଙ୍କୁ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଭିମନ୍ୟୁ ସ୍ମୃତି ସମିତି ଅନୁକୁଲ୍ୟରେ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାକକ୍ଷରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅଥିତି ରୂପେ ରାଜ୍ୟ ଯୋଜନା ବୋର୍ଡ  ସଦସ୍ୟ ତଥା ପୂର୍ବତନ ଉପବାଚସ୍ପତି  ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଅଭିମନ୍ୟୁବାବୁଙ୍କ  ନିଃସ୍ୱାର୍ଥପର ସେବା, ତ୍ୟାଗ ଓ ଅଞ୍ଚଳବାସୀଙ୍କ ପାଇଁ ତାଙ୍କର ଅବଦାନ ଇତିହାସରେ ସବୁ ଦିନେ ସ୍ମରଣୀୟ ହୋଇ ରହିବ ବୋଲି କହିବା ସହ  ତାଙ୍କର ଅପୂରଣୀୟ  କାର୍ଯ୍ୟକୁ ପୂରଣ  କରିବା ପାଇଁ ଆମେ ସମସ୍ତେ ମିଳିମିଶି ନିଃସ୍ୱାର୍ଥପର ଉଦ୍ୟମ କଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଯୋଗଦେଇ ତାଙ୍କର ଦୁରଦର୍ଶୀତା ଯୋଗୁଁ ଆଜି ସମାଜରେ ଅନେକ ଗୁଣଵାନ ବ୍ୟକ୍ତିତ୍ୱ ଗଢି ଉଠିଛି ବୋଲି କହିଥିଲେ । ଶିକ୍ଷକତା ସହ ଲୋକଙ୍କୁ ସେବା ତଥା ସମାଜ ସେବା ପାଇଁ ତାଙ୍କର ଯେଉଁ ଅବଦାନ ଥିଲା ତାକୁ ଇତିହାସ କେବେ  ଭୁଲିବ ନାହିଁ  ବୋଲି ବିଧାୟକ ପ୍ରଧାନ କହିଥିଲେ । ଅଭିମନ୍ୟୁ ପଟ୍ଟନାୟକଙ୍କ   ସ୍ମୃତି ଘର ନିର୍ମାଣ ପାଇଁ ସେ ଦେଇଥିବା ଅନୁଦାନ ଶେଷ ପର୍ଯାୟରେ ପହଞ୍ଚିବାରୁ ସେ  ଧନ୍ୟବାଦ ଦେବା ସହ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ବଳକା  ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସ୍ମୃତି ସମିତିର ଆବାହକ ତଥା ସମାଜସେବୀ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପୌରାହିତ୍ୟ ଅନୁଷ୍ଠିତ ଏହି ସଭାରେ ପୁରାତନ ଛାତ୍ର ଓ ଶୁଭେଛୁଙ୍କ ମଧ୍ୟରେ ଗୌରୀ ଶଙ୍କର ପଢି, ସୁରେନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ମହାରଣା, ନବୀନ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ତାଙ୍କର  ସ୍ମୃତି ଚରଣ କରିଥିଲେ । ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଭିମନ୍ୟୁ ସ୍ମୃତି ସ୍ମରଣୀକାର ସଂପାଦିକା ତଥା ଶିକ୍ଷାବିତ ଡ଼ଃ. ସବିତା ରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହାକୁ ଗଞ୍ଜାମ କଲେଜ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ଗଂଜାମ ପ୍ରେସକ୍ଲବ ଉପସଭାପତି ବିନୋଦ ଚନ୍ଦ୍ର ପଲାଇ, ବରିଷ୍ଠ ନାଗରିକ ସଂଘର ସଭାପତି ଲିଙ୍ଗରାଜ ପଟ୍ଟନାୟକ,ଭରସା ଅନୁଷ୍ଠାନର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା । ଏହି ଅବସରରେ ଗଞ୍ଜାମ ବ୍ଲକ ତୁରିଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ନାହାକଙ୍କୁ ଅଭିମନ୍ୟୁ ଆନନ୍ଦ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଭିମନ୍ୟୁଙ୍କ ପୁଅ ପ୍ରଦିପ୍ତ ପ୍ରତାପ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇ ଉପଢୌକନ ଓ  ମାନପତ୍ର ପ୍ରଦାନ କରାଯାଇଥିଲା । ସ୍ଵର୍ଗତ ପଟ୍ଟନାୟକଙ୍କର  ଜୀବନୀ ଉପରେ ଆଧାରିତ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ସଭା ଶେଷରେ ସମସ୍ତ ନିମନ୍ତ୍ରିତ ଅତିଥି, ଉପସ୍ଥିତି ଭଦ୍ରବ୍ୟକ୍ତି ,ଜନସାଧାରଣ,ତାଙ୍କ ଛାତ୍ର ସମାଜ ସମସ୍ତେ  ଏକ ବିରାଟ  ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ  ସାନବଜାରଛକରୁ ଗଞ୍ଜମ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ଅଭିମନ୍ୟୁ ମାର୍ଗରେ ନାମିତ କରାଯାଇ  ଫଳକ ଉନ୍ମୋଚନ କରିଥିଲେ । ପରେ ଗଞ୍ଜମ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅଭିମନ୍ୟୁବାବୁଙ୍କ  ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ପତିତପାବନ ମହାପାତ୍ର, ଜଗବନ୍ଧୁ ଦାସ, ତ୍ରିନାଥ ପାଣିଗ୍ରାହୀ, ଟୁନା ମହାପାତ୍ର, ରମେଶ ପଟ୍ଟନାୟକ, ଅଧ୍ୟାପକ ସୁରେନ୍ଦ୍ର କୁମାର ପଣ୍ଡା, ଗଦାଧର ସାହୁ, ବରିଷ୍ଠ ନାଗରିକ ରାମକୃଷ୍ଣ ଆଚାର୍ଯ୍ୟ, ଲକ୍ଷ୍ମୀ ଚରଣ ଦାସ, ସୁବାସ ଚନ୍ଦ୍ର ମହାପାତ୍ର, କିଶୋର ମହାପାତ୍ର, ଶିକ୍ଷକ ବିପିନ ପଟ୍ଟନାୟକ, ସମେତ ବିଭିନ୍ନ ରାଜନୈତିକ ଦଳର  ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ସାଂସ୍କୃତିକ, ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନେ  ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗଂଜାମ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିବାର ପରିଚାଳନା ଓ ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା