ଶିକ୍ଷା ସପ୍ତାହର ପ୍ରଥମ ଦିନରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)୨୨ଜୁଲାଇ ୨୦୨୪ ଜାତୀୟ ଶିକ୍ଷା ନୀତି-୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନକୁ ସ୍ୱତନ୍ତ୍ର ଭାବରେ ପାଳନ କରାଯିବ । ଏହି କ୍ରମରେ ଆଜି ଶିକ୍ଷଣ ସାମଗ୍ରୀ (ଟିଏଲଏମ୍‌) ଦିବସ ପାଳନ କରାଯାଇଛି । ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସହଜ ଓ ସାବଲୀଳ କରିବା । ଏହି ପ୍ରକ୍ରିୟାରେ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓ ଅଭିଭାବକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀର ବ୍ୟବହାର କରି ଶିକ୍ଷଣ ପ୍ରକ୍ରିୟାରେ ବିବିଧତାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଶ୍ରେଣୀ ଗୃହରେ ସ୍ଥାନୀୟ ସାମଗ୍ରୀଗୁଡିକର ବ୍ୟବହାର କରାଯାଇ ଶିକ୍ଷା ଦାନ କରାଯାଇପାରିବ ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀ/ ଶିକ୍ଷକଶିକ୍ଷୟିତ୍ରୀମାନେ ପୋଷ୍ଟର ପ୍ରସ୍ତୁତି, ପଜଲ୍ସ, ଥ୍ରୀ-ଡ଼ି ମଡ଼େଲ୍‌, ବୋର୍ଡ ଗେମ୍ସ, ୱାଲ ଚାର୍ଟ, ରିଡ଼ିଂ କ୍ଲବ୍‌, କାଗଜରେ କେ„ଇ ପ୍ରସ୍ତୁତ କରିବା, ଲୁଡ଼ୋ ଖେଳ ପ୍ରସ୍ତୁତି ଆଦି ବିଷୟବସ୍ତୁକୁ ନେଇ ନିଜର ପ୍ରତିଭା ଦେଖାଇବା ସହ ପିଲାମାନେ ଲେଖିଥିବା କବିତା ଓ କାହାଣୀକୁ ପ୍ରଦର୍ଶନ କରିଥିଲେ । ଏହି ଦିବସ ଛାତ୍ରଛାତ୍ରୀ/ ଶିକ୍ଷକଶିକ୍ଷୟିତ୍ରୀ/ ଅଭିଭାବକ ଓ ଗୋଷ୍ଠୀ ପାଇଁ ଏକ ସମ୍ମିଳିତ କାର୍ଯ୍ୟକ୍ରମ । ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଗାମୀ ଜୁଲାଇ ୨୮ ପର୍ଯ୍ୟନ୍ତ ଚାଲୁରହିବ ।

ରିପୋର୍ଟ : ରଜତ ମହାପାତ୍ର ଓ 

ରୋଜାଲିନ୍‌ ସାହୁ
ଲୋକସଂପର୍କ ଅଧିକାରୀ