ଶିବ ସେନା ପକ୍ଷରୁ ବିଭିନ୍ନ ଦାବି ନେଇ ଆରଡ଼ିସିଙ୍କୁ ଦାବି ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିବ ସେନା ପକ୍ଷରୁ ବିଭିନ୍ନ ଦାବି ନେଇ କମାପଲ୍ଲୀ ଛକରୁ ବହୁ ଲୋକ ଟାଟା କମ୍ପାନୀ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଆରଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ଟାଟା ଶିଳ୍ପରେ ଚାକିରି ନ କରିବା ବିସ୍ଥାପିତ ଲୋକଙ୍କୁ ୭ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ସ୍ଥିର କରିଥିଲେ ବି ଏ ପର୍ଯ୍ୟନ୍ତ ୮୦ଜଣଙ୍କୁ ଟଙ୍କା କି ଚାକିରି ମିଳିନାହିଁ ତୁରନ୍ତ ଦିଆଯାଉ, ଶିଳ୍ପ ଉଦ୍ୟାନ ନାମରେ ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ପାଠ ପଢା ପିଲାଙ୍କ ନିଯୁକ୍ତି ସହ କାହିଁକି ସରକାର ଓ ଟାଟା ଖେଳୁଛନ୍ତି, ଲୋକଙ୍କୁ ଠାରୁ ଚକ୍ରାନ୍ତ କରି ନେଇଥିବା ଆଫିଡ଼େଭିଟ୍ କୁ ତୁରନ୍ତ ବର୍ଯ୍ୟାପ୍ତ କରନ୍ତୁ, ଟାଟା କଲୋନୀରେ ଖୋଲାଯିବାକୁ ଥିବା ମେଡ଼ିକାଲରେ ସ୍ଥାନୀୟ କଲୋନୀ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯାଉ, ୨୦୧୫ରେ ଘୋଷଣା ହୋଇଥିବା ପ୍ୟାକେଜର ବାକି ଟଙ୍କା ଟାଟା ବିସ୍ଥାପିତ ଲୋକଙ୍କୁ ଦିଆଯାଉ, ଟାଟା କଲୋନୀକୁ ଆଦର୍ଶ ଗ୍ରାମ ପରି ସମସ୍ତ ସୁବିଧା କରାଯାଉ ବୋଲି ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପପ୍ରମୁଖ ବଳରାମ ବାବା, ସିମାଂଚଳ ପାଢୀ, ଜିଲ୍ଲା ଯୁବ ସେନା ପ୍ରମୁଖ ପି. ତୁଳସୟା ରେଡ୍ଡି, ସୁଦର୍ଶନ ଦାଶ, ରାଜେଶ ମହାରଣା, ସିମାଂଚଳ ନାୟକ, କୃଷ୍ଣ ଚୌଧୁରୀ, ନିରାକାର ଦାଶ, କିଶାନ ପଣ୍ଡା, ରାହୁଳ ପଟ୍ଟନାୟକ, ଲିଙ୍ଗରାଜ ଗୌଡ଼, ସୌଦାମିନି ନନ୍ଦ, ମୀନତି ପାତ୍ର, ରିଙ୍କି ଚୌଧୁରୀ, ବାବୁ ମହାରଣା, ଶିବ ଦାଶ, ରାଜେନ୍ଦ୍ର ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା