ଗରଦପୁର(ସମୃଦ୍ଧଓଡିଶା)ତେଣ୍ଡାକୁଡ଼ା ପଂଚାୟତ ଅଧିନ ବସନ୍ତପୁର ଗ୍ରାମର ଶିଳ୍ପପତି ନିଖିଳ ମହାନ୍ତି (୬୭) ଙ୍କର ପରଲୋକ ହୋଇଯାଇଛି । ସେ ଓଡ଼ିଶାର ପ୍ରତିଷ୍ଠିତ କୁକୁଜ ବେକେରିଜ ର ପ୍ରତିଷ୍ଠାତା ଥିଲେ । ସେ ବେକେରୀ ଶିଳ୍ପର ଅଗ୍ରଗତିରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ତାଙ୍କର ପରଲୋକ ହୋଇ ଯାଇଛି । ଜୀବନ କାଳରେ ଗାଁକୁ ଅଳ୍ପ ସମୟ ପାଇଁ ଆସୁଥିଲେ ବି ସେ ଜନ୍ମ ମାଟିକୁ ବହୁତ ଭଳ ପାଉଥିଲେ । ଅନେକ ସମୟରେ ଗାଁ କୁ ଆସି ଗ୍ରାମବାସୀଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ୧୯୯୯ ମସିହା ମହାବାତ୍ୟାରେ ଗାଁ ପ୍ରତି ତାଙ୍କର ସାହାଯ୍ୟ ଓ ସହଯୋଗ ଚୀର ସ୍ମରଣିୟ ହୋଇ ରହିଛି । ଗ୍ରାମବାସୀଙ୍କ ଶ୍ରଦ୍ଧାରେ ସେ ବସନ୍ତପୁର ସିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ର ସଭାପତି ଥିଲେ । ସେ ଜଣେ ଧର୍ମ ପରାୟଣ ଓ ମିଷ୍ଠଭାଷି ଲୋକ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ପ୍ରିୟଦର୍ଶି ମୁଖାଗ୍ନୀ ଦେଇଥିଲେ । ତାଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ସାଇ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର