

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ମହକୁମା ଛତ୍ରପୁର ସଦର ଟାଉନ ମେଇନ ରୋଡ଼ରେ ଅବସ୍ଥାପିତ ରିକାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିଶୁ ଆସର କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବତ୍କୃତା, ଦେଶାତ୍ମକବୋଧକ ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅୟୋଜିତ ହୋଇଥିଲା । ଏହାପରେ ପିଲାମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସଂଯୁକ୍ତା ଦାଶ୍, ରଞ୍ଜିତା ପଣ୍ଡା, ଉଷାରାଣୀ ପଣ୍ଡା, ସୁଜାତା ପାଢ଼ୀ, ଜୟ ଲକ୍ଷ୍ମୀ ବେହେରା, କେ.ତ୍ରିବେଣୀ, ସୁନୀତା ପାତ୍ର, ପୂର୍ଣ୍ଣପ୍ରିୟା ପ୍ରମୁଖ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
