



ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱ ସ୍ତନ ପାନ ଦିବସ ଅବସରରେ ବିଜେପି ପ୍ରଶିକ୍ଷଣ ସେଲ କର୍ମକର୍ତ୍ତାମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି I ଭୁବନେଶ୍ୱର ଗ୍ରାମୀଣ ଅଂଚଳରେ ଚାଲି ଥିବା 190 ଟି ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟାୟ କ୍ରମେ ବିଜେପି ପ୍ରଶିକ୍ଷଣ ସେଲର ଅଧକ୍ଷ ଶ୍ରୀ ରବି ମହାରଣା, ଉପାଧ୍ୟାକ୍ଷା ଇଂ ଦିପ୍ତୀରେଖା ପଟ୍ଟନାୟକଙ୍କ ସମେତ ଭୁବନେଶ୍ୱର ମଣ୍ଡଳର ଶିଶୁ ବିକାଶ ଅଧିକାରିଣୀ( ଗ୍ରାମୀଣ )ଶ୍ରୀମତୀ କବିତା ମହାପାତ୍ର ପରିଦର୍ଶନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ହେଉଛି ଅତିରିକ୍ତ ଦୁର୍ବଳ ଓ ପୃଷ୍ଟି ହୀନ ଶିଶୁ ଙ୍କୁ ସନ୍ଧାନ କରିବା, ଶିଶୁ ମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ସଠିକ ଭାବେ ପରିଚାଳନା ହେଉଛି କି ନାହିଁ ତଦାରଖ କରିବା, ଶିଶୁ ମନେ ନିୟମିତ ଭାବେ ଓଜନ ହେବାର ତଦାରଖ ସହିତ ଶିଶୁ ଙ୍କୁ ଦିଆ ଯାଉ ଥିବା ଖାଦ୍ୟ ସାମଗ୍ରୀ ସଠିକ ଭାବେ ବଣ୍ଟନ କରା ଯାଉଛି କି ନାହିଁ ତାହା ମଧ୍ୟ ତଦାରଖ କରାଯାଉଛି l ଶିଶୁ ବିକାଶ ଅଧିକାରିଣୀଙ୍କ କାର୍ଯ୍ୟ କରିବାର ସରଳି ଅତି ପ୍ରଶଂସନୀୟ ଥିବା ଅନୁଭବ କରାଯାଇ ଥିଲା ବୋଲି ପ୍ରଶିକ୍ଷଣ ସେଲର ଅଧ୍ୟକ୍ଷ, ଓ ଉପାଧ୍ୟାକ୍ଷା ପ୍ରକାଶ କରିଥିଲେ l
ରିପୋର୍ଟ : ରଜତ କୁମାର ମହାପାତ୍ର
