

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡିରେ ବ୍ୟାସ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଚାର୍ଯ୍ୟ ମୁରଲୀମୋହନ ପ୍ରଧାନ ଓ ଆଚାର୍ଯ୍ୟ ଶ୍ରୀମତୀ ଶୈଳେଷ୍ଠା ଖଡଖରାୟ ଗୁରୁ ପରମ୍ପରା ଓ ଗୁରୁ ପୂଜନର ମହତ୍ତ୍ୱ ବିଷୟରେ ପିଲାଙ୍କୁ ବୁଝାଇଥିଲେ । ପିଲାମାନେ ଗୁରୁ ପୂଜନ କରି ଗୁରୁ ଦକ୍ଷିଣା ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
