

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ନିଜ ପିତା ମାତାମାନଙ୍କୁ ଏକ ଆବେଗ ମୟ ପରିବେଶରେ ପୂଜନ କରିଥିଲେ । ମହନ୍ତ ରାମାନନ୍ଦ ଦାଶ ଅତିଥି ଭାବରେ ଯୋଗଦେଇ ଆଜିର ଅବକ୍ଷୟମୁଖୀ ସମାଜରେ ପିତା ମାତାଙ୍କ ପ୍ରତି ସନ୍ତାନମାନଙ୍କ ଭକ୍ତି ଓ କର୍ତ୍ତବ୍ୟର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଏହି ଦିନ ପୁଲୱାମା ଘଟଣାର ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଜୱାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ପିତା ମାତା ଯୋଗଦେଇ ବର୍ତ୍ତମାନ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ଶିଶୁ ମନ୍ଦିରର ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଦେଇଥିଲେ । ସ୍ୱେଚ୍ଛାସେବୀ ରାମଚନ୍ଦ୍ର ପଣ୍ଡା ଓ ରାମକୃଷ୍ଣ ଭାଇ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା
