ଶିଶୁ ଶ୍ରମ ଉଚ୍ଛେଦ ସମନ୍ୱିତ ବିକାଶ ସହଯୋଗ ପରାମର୍ଶ କର୍ମଶାଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ କରିବା ଅଭିପ୍ରାୟକୁ ନେଇ ଆଇଏସଆରଡ଼ି- ଚାଇଲ୍ଡଲାଇନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବ୍ରହ୍ମପୁର କେ. ସି. ପବ୍ଲିକ ସ୍କୁଲ ପରିସର ଠାରେ ଆନ୍ତର୍ଜାତୀୟ ଶିଶୁ ଶ୍ରମ  ନିରୋଧ ସାପ୍ତାହିକ ଦିବସ ପାଳନ ଉପଲକ୍ଷେ ଏକ  ଶିଶୁ ଶ୍ରମ ଉଚ୍ଛେଦ ସମନ୍ୱିତ ବିକାଶ ସହଯୋଗ ପରାମର୍ଶ କର୍ମଶାଳା ଅନୁଷ୍ଠିତ  ହୋଇ ଯାଇଅଛି । କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମୁନିସିପାଲ କର୍ପୋରେସନରର ଡେପୁଟି କମିଶିନର ଶ୍ରୀ ବିନୋଦ କୁମାର ବେହେରା ଯୋଗ ଦେଇ ୧୯୯୦ ମସିହାରେ ଥିବା  ଶିଶୁ ମାନଙ୍କର ସମସ୍ୟା ଆଜି ବହୁତ ପରିମାଣରେ ସମାଧାନ ହୋଇ ଯାଇଛି ଏଥି ପାଇଁ ପ୍ରଶାସନିକ ଉଦ୍ୟମ ସମାଜ ସେବି ମାନଙ୍କର କାର୍ଯ୍ୟରତ  ବୁଦ୍ଧିଜିବୀ ମାନଙ୍କର ସହଯୋଗ ଆଜି ପ୍ରତ୍ୟେକ ପରିବାର ପାଖରେ ଶିଶୁ ମାନଙ୍କର ଅଧିକାର ବିଷୟରେ ପହଞ୍ଚି ପାରିଛି । କେତେକ ପରିବାରର ପିଲାମାନଙ୍କ ଦ୍ଵାରା ଆର୍ଥିକ ରୋଜଗାର ମନଭାବ ନେଇ ସମାଜରେ ପିଲାମାନଙ୍କୁ ବିଭିର୍ନ୍ନ କାମରେ ନିୟୋଜିତ କରୁଥିବା ଜଣା ପଡିଛି ବୋଲି ମତ ପ୍ରକାଶ କରିଥିଲେ । ୧୪ ବର୍ଷରୁ କମ ବର୍ଷର ଶିଶୁ ମାନଙ୍କୁ କୌଣସି ବିପଦ ସଙ୍କୁଳ କାର୍ଯ୍ୟ ରେ ନିଯୋଜିତ କରିବା ଏବଂ କରାଇବା ଏକ ଦଣ୍ଡନୀୟ ଅପରାଧ ଅଟେ । ଶିଶୁ ମାନଙ୍କୁ ଉକ୍ତ ବୟସରେ ଶିକ୍ଷା ପ୍ରତି ଆକ୍ରୁଷ୍ଟ କରାଈ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଆବଶ୍ୟକତା ରହିଛି ଶିଶୁ ମାନଙ୍କୁ ବଞ୍ଚିବାର  ଅଧିକାର, ସୁରକ୍ଷାର ଅଧିକାର, ବିକାଶର ଅଧିକାର ଏବଂ ସହଭାଗୀତାର ଅଧିକାର ବିଷୟରେ ଆଲୋଚନା କରିଥିଲେ ।ଜିଲ୍ଲା ସୂଚନା ଅଧିକାରୀ  ଶ୍ରୀ  ରବି ନାରାୟଣ ବେହେରା ଆମ୍ଭ ଚତୁପାର୍ଶରେ ନିଜ ଗାଁ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ହେବ ପାଇଁ ଦେବା ନାହିଁ ଏବଂ କେ. ସି. ପବ୍ଲିକ ସ୍କୁଲ ଅଧକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ଶିଶୁଙ୍କ ପ୍ରତି ନେଉଥିବା ଦାୟିତ୍ଵକୁ ପରାମର୍ଶ ନେବା ଏବଂ ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ ହେଲେ  ଚାଇଲ୍ଡଲାଇନ ଙ୍କୁ ଜଣାଇବା ବିଷୟରେ କହିଥିଲେ ।  ଆଇଏସଆରଡ଼ି- ଚାଇଲ୍ଡଲାଇନ ନିର୍ଦ୍ଧେଶକ ଶ୍ରୀ ସୁଧୀର ସାବତ ଶିଶୁ ଶ୍ରମିକ ମୁକ୍ତ ପାଇଁ ଏକ ଶପଥ ପାଠ କରାଇଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ  ଶିଶୁ ମନଙ୍କୁ  ନେଇ ଗୀତ, ସ୍ଲୋଗାନ ପ୍ରତିଯୋଗୀତା କରଯାଇ ଉପକୃତ ପ୍ରତିଯୋଗୀ ଚୟନ କରା ଯାଇଥିଲା । କ୍ରାନ୍ତି ନିର୍ଦ୍ଧେଶକ ଡା. ଦେବାନନ୍ଦ ଦାଶ ଏବଂ କେ. ସି. ପବ୍ଲିକ ସ୍କୁଲର ସହ  ଶିକ୍ଷୟତ୍ରି  ଶ୍ରୀମତୀ ନିୟତି ଦାସ, ଶ୍ରୀମତୀ ବି. ଯମୁନା  ଏବଂ ଶ୍ରୀମତୀ ମିନା କୁମାରୀ ଆଚାର୍ଯ୍ୟ ଙ୍କ ସହଯୋଗରେ ଉପକୃତ ପ୍ରତିଯୋଗୀ ଙ୍କୁ ଚୟନ କରିଥିଲେ ।  କାର୍ଯ୍ୟକ୍ରମରେ  ଚାଇଲ୍ଡଲାଇନ କର୍ମକର୍ତ୍ତା  କଲ୍ୟାଣ କୁମାର ସିଂ, ପ୍ରଣତୀ କୌର, ପ୍ରଭାତ କୁମାର ପାଢୀ, ଗୋପାଳ କୃଷ୍ଣ ଦଳବେହେରା , ଲତିକା ଦଳେଇ, ଲିପ୍ସାରଣୀ ଦାଶ, ସ୍ଵପ୍ନା ରାନୀ ନାହାକ, ସୁମିତ୍ରା ସାହୁ, ରଶ୍ମିତା ବେହେରା, ଅନିଲ ଦଳବେହେରା, ଶିବ ଶଙ୍କର ଦାଶ, ଶିବରାମ ଗଉଡ ଏବଂ ସୟୋନି ମଲ୍ଲିକ ପରିଚାଳନା କରିଥଲେ ।