ଶିଶୁ ସାହିତ୍ୟିକ ପିତାମ୍ବର ଦାସଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଭାରତୀୟ ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ପ୍ରଶାସନୀକ ଅଧିକାରୀ ଭାବେ କାର୍ଯ୍ୟରତ ପିତାମ୍ବର ଦାସ ରାଜ୍ୟର ବିଭିନ୍ନ ସ୍ଥାନର ତାଙ୍କର ସାହିତ୍ୟକୃତି ଓ ସୃଜନଶୀଳତା ଲାଗି ପୁରସ୍କୃତ ହେଉଥିବା ବେଳେ ନିକଟରେ ନୟାଗଡ ସ୍ଥିତ ଦି ମିରର୍ ଅଫ ଲିଟେରେଚାର୍ ସୋସାଇଟି ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ମାର୍ଚ୍ଚ ମାସ ୧୭ ତାରିଖରେ ନୟାଗଡ ଦର୍ପଣ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିବା ବେଳେ ଫକୀରମୋହନ ସାହିତ୍ୟ ପରିଦେ ପକ୍ଷରୁ ଶିଶଷଷୁ ସାହିତ୍ୟିକ ଭାବେ ଗତ ଜାନୁଆରୀ ମାସରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଜଣେ ଧୂରିଣ, ଗୀତିକାର ଭାବେ, ଆଲବମ କ୍ୟାସେଟ୍ର ରଚୟିତା ଭାବେ ଏବଂ ବିଭିନ୍ନ କବିତା, ଗଳ୍ପ ଓ ପ୍ରବନ୍ଧ କ୍ଷେତ୍ରରେ ତାଙ୍କ ରଚନା ସର୍ବଜନାଦୃତ ବୋଲି ସେ ପ୍ରଶଂସିତ ହୋଇ ଆସୁଛନ୍ତି । ତାଙ୍କ ଲେଖା ମାଧ୍ୟରେ ଅ।।ଗାମି ଦିନରେ ସାମାଜିକ ପରିବର୍ତ୍ତନ, ଶିକ୍ଷା ଓ ନୂତନ ସର୍ଜନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି, ତେଣୁ ଜଳେଶ୍ୱରର ସାହିତ୍ୟକାର ମାନେ ଆଜି ସଂଧ୍ୟାରେ ଏକ ବୈଠକରେ ଉପନିତ ହୋଇ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା