ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ରାଜ୍ୟରେ ଘରୋଇ ବିଦ୍ୟାଳୟ ଗୁଡିକ ସହିତ ସମକକ୍ଷ କରିବା ସହିତ ମାଧ୍ୟମିକ ସ୍ତରରେ ରୂପାନ୍ତରୀକରଣ ଯୋଜନା ଆରମ୍ଭ ହୋଇଛି । ଫଳରେ ପର୍ଯ୍ୟାୟକ୍ରମେ ରାଜ୍ୟର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାରୀଭାବେ ୪୫ଲକ୍ଷ ତଥା ପୂର୍ବତନ ଛାତ୍ର, ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କ ଦାନର ଅନ୍ୟ ୨ଗୁଣ ଅର୍ଥ ସରକାର ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ରୂପାନ୍ତରିକରଣ ଯୋଜନା ବ୍ରିଟେନ୍ରେ ପ୍ରଚଳତ ହେଉଥିବାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚଳନ କରିଥିବା ସଂପର୍କରେ ଆଜି ଖୁଲୁଡାସ୍ଥିତ ଶୀତଳାମାତା ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହର ଭିତ୍ତପ୍ରସ୍ତର ସ୍ଥାପନ କରି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ଏହି ସହଭାଗିତା ଅର୍ଥରେ ଶିକ୍ଷାର ବିକାଶ ଘଟୁଥିବା ସମ୍ପର୍କରେ କହିବା ସହିତ ପ୍ରଧାନ ଶିକ୍ଷକ ୨ଲକ୍ଷ ୨୦ହଜାର ଟଙ୍କା ବିଦ୍ୟାଳୟକୁ ସହାୟତା କରିଥିବା ସଂପର୍କରେ କହିଥିଲେ । ଆସନ୍ତା ଦିନରେ ଏହାକୁ ଏକ ମଡେଲ ବିଦ୍ୟାଳୟରେ ପରିଣତ କରିବା ଲାଗି ସମ୍ମିଳତ ଚେଷ୍ଟା ସଂପର୍କରେ କହିଥିଲେ । ପ୍ରଧାନ ଶିକ୍ଷକ ଅଜିତ୍ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଜ୍ୟୋତିର୍ମୟ ଆଚାର୍ଯ୍ୟ, ମାନସ ଜେନା, ଭୂପତି ମିର୍ଦ୍ଧା, ଗୁରୁପ୍ରସାଦ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷୟତ୍ରୀ ରଜନୀ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି ପରିଡା