
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଖୁଲୁଡାସ୍ଥିତ ଶୀତଳା ଠାକୁରାଣୀ ଡଇଗ୍ରୀ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗ ପକ୍ଷରୁ ‘ଫୁଚର ଅଫ ଫାଇନାନ୍ସ ମେନେଜମେଣ୍ଟ ଏଣ୍ଡ କୋଭିଡ୍-୧୯ ସଂପର୍କରେ ଏକ ୱେବିନର ଅନୁଷ୍ଠିତ ହୋଇ ଯାଇଛି । କଲେଝ ଅଧ୍ୟକ୍ଷ ଅଂଜନ କୁମାର ପାଳ ଅଧ୍ୟକ୍ଷତା କରିଥିଲେ । ଅର୍ଥନିତୀ ବିଭାଗର ଅଧ୍ୟାପକ ଶିଶିର କୁମାର ମହାନ୍ତ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ଦେଇଥିଲେ । ଅଧ୍ୟାପକ ଜ୍ୟୋତିଶ କୁମାର ଦଳାଇ, ତପନ କୁମାର ସାମଲ, ରାଧାରଣୀ ମହାନ୍ତି ପ୍ରମୁଖ ଯୋଗଦେଇ ପାଠଚକ୍ର ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଶିଖା ଗୁପ୍ତା ମୁଖ୍ୟବକ୍ତଭାବେ ଯୋଗ ଦେଇ କୋଭିଡ୍-୧୯ ସଂକ୍ରମଣ ଓ ତାଲାବନ୍ଦ ସମୟରେ ଆର୍ଥୀକ ପରିସ୍ଥିତିକୁ କିପରି ଦୋହଲାଇ ଦେଇଛି ଏବଂ ଏହାର ଭବିଷ୍ୟତ କାର୍ଯ୍ୟକାରିତା ସଂପର୍କରେ ବହୁତଥ୍ୟ ଉପସ୍ଥାପନ କରିଥିଲେ । ଭୂବନେଶ୍ୱରସ୍ଥିତ ବିଜିନେସ୍ ସ୍କୁଲ ଅଫ ଫୋରମ୍ର ନିର୍ଦ୍ଦେକ ଗୌତମ ମହାନ୍ତି ସଂଯୋଜକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ଦୁର୍ଗେସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି ପରିଡା