ଶୁଭମୁକ୍ତି ଲାଭ କଲା ଛୋଟିଆ ଚଳଚ୍ଚିତ୍ର “ଭଗବାନ କାଠ ଗଡାରେ”….

କେବେ ଓକିଲାତି ତ କେବେ ନାଟକ ଜଗତରେ ସେ ବହୁତ୍ ଚର୍ଚ୍ଚିତ ରହି ଆସିଛନ୍ତି। ନାମଟି ତାଙ୍କର ଭି. ଈଶ୍ୱର ରାଓ ଦୋରା ସେ ଜଣେ ବହୁତ ଭଲ ମଣିଷଟି ଯାହା ପାଇଁ ସେ ସମସ୍ତଙ୍କ ଅତି ନିଜର ଓ ସ୍ନେହର ପାତ୍ର ହୋଇ ରହିଛନ୍ତି।ଏମିତି କେହି ନୁହଁ ଯେ କି ତାଙ୍କୁ ଜାଣିନଥିବା ମଉସା କହିଲେ କୋର୍ଟରେ ବହୁ ଚର୍ଚ୍ଚିତ। ତେବେ ଆଜି ସେ ଏକ ଛୋଟ ଚଳଚ୍ଚିତ୍ର ଭଗବାନ କାଠ ଗଡ଼ାରେ ବାପାର ଅଭିନୟ କରି ବହୁ ଚର୍ଚ୍ଚିତ।ତାଙ୍କର ଅଭିନୟ ସଦା ସର୍ବଦା ଚର୍ଚ୍ଚାରେ ରହି ଆସିଥିଲା ତେବେ ଆଜି ପୁଣି ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଚଳଚ୍ଚିତ୍ରରେ ଗୋଟେ ଛୋଟ ଛୁଆ ତା ମାଆ ର ଜୀବନ ରକ୍ଷା ନିମନ୍ତେ ଭଗବାନଙ୍କୁ ଖୋଜୁ ଖୋଜୁ କାଠ ଗଡାରେ ପହଞ୍ଚି ଯାଇଥିଲା ଚଳଚ୍ଚିତ୍ର ଟି ଦେଖିଲେ ଆପଣ ମାନେ ବହୁତ୍ ଭଲ ସେ ଜାଣିପାରିବେ କି ଭଗବାନ କାଠ ଗାଡାରେ ଯଥାର୍ଥଟି କଣ।ରାମବାବୁ ଫିଲ୍ମର ଭଗବାନ୍ କାଠଗଡ଼ାରେ ଚଳଚ୍ଚିତ୍ରଟିର ପ୍ରତିଷ୍ଠାତା ଏନ୍ ପାର୍ବତୀ ଏବଂ ମ୍ୟାନେଜର ଟି ଆପ୍ପା ରାଓ ଓ ଅଭିନୟ କରିଛନ୍ତି ଭି . ଈଶ୍ୱର ରାଓ ଦୋରା, ବବୁଲୁ, ଗିରିଜା, ରାମବାବୁ,ମନୋଜ, ଅକ୍ଷୟ, ରାଜେଶ, ରମେଶ ରଣା, ଚନ୍ଦାମାମ, ଆପ୍ପା ରାଓ, ଦିବ୍ୟା, ପାର୍ବତୀ, ଅଶୋକ ବ୍ରହ୍ମା,ନୃସିଂହ।