ଶୁଭଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

କଟକ(ସମୃଦ୍ଧଓଡିଶା) ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କୁନି ଝିଅ ଶୁଭଶ୍ରୀ ନନ୍ଦିଙ୍କ ଅସାଧାରଣ ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କଟକ ଚୌଧୁରୀ ବଜାର ଅଞ୍ଚଳର ଶୁଭଶ୍ରୀ ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବେ ପଢ଼ି ପାରୁଥିବାର କଳା ଦେଖି ଶ୍ରୀମତୀ ପରିଡ଼ା ବିସ୍ମିତ ହୋଇଥିଲେ । ସେ ଶୁଭଶ୍ରୀଙ୍କୁ ‘ସୁଭଦ୍ରା’ ଯୋଜନାର ଏକ ଲିଫଲେଟ୍‌ ପଢିବା ପାଇଁ ଦେବା ପରେ ଶୁଭଶ୍ରୀ ତାକୁ ନିର୍ଭୁଲ ଭାବେ ପଢ଼ିପାରିଥିଲେ । ଏକ ବିଶେଷ ଅଭ୍ୟାସ ଦ୍ୱାରା ଏପରି ଏକ ପ୍ରତିଭାର ଅଧିକାରୀ ହୋଇପାରିଥିବା ଶୁଭଶ୍ରୀ ଅନେକଙ୍କ ପାଇଁ ପ୍ରେରଣା ବୋଲି ଉଲ୍ଲେଖ କରିବା ସହ ଶ୍ରୀମତୀ ପରିଡ଼ା ଶୁଭଶ୍ରୀଙ୍କ ପିତାମାତା ତାଙ୍କର ଏହି କଳାକୁ ପ୍ରୋତ୍ସାହିତ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ରଜତ ମହାପାତ୍ର