ଶେରଗଡ଼ ବ୍ଲକ୍ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଶେରଗଡ଼ ବ୍ଲକ୍ କୁରୁଳା ପଞ୍ଚାୟତ ଅନ୍ତର୍ଗତ ମହିରକଣା ଗ୍ରାମରେ କାଳିଆ ମହାନ୍ତି ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଗ୍ରହଣ ଅଭିଯାନ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ମିଶ୍ର ଓ ରାମକୃଷ୍ଣ ମହାକୁଡ଼ ଙ୍କୁ ଗ୍ରାମର ସଦସ୍ୟ ମାନେ ସ୍ଵାଗତ କରିବାସହ ମଞ୍ଚ ପାଖକୁ ପାଛୋଟି ନେଇଥିଲେ। ଏହା ପରେ ଗ୍ରାମର ଯୁବଗୋଷ୍ଟି ମାନଙ୍କ ଦ୍ବାରା ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମାନଙ୍କୁ ମୋବାଇଲ୍ ଦ୍ଵାରା ସଦସ୍ୟତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ୱାର୍ଡ ମେମ୍ବର ସନ୍ତୋଷ ନାୟକ, ବିଜେପି ସଦସ୍ୟ ଶଙ୍କର ସେଠୀ, ଶିମାଞ୍ଚଳ ପଣ୍ଡା, ବାଜି ମହାନ୍ତି, ସିମା ମହାନ୍ତି, ନବ ନାୟକ, ଭିକାରୀ ନାୟକ, ନିର ନାୟକ, ପରି ଲେଙ୍କା, ନମିତା ନାୟକ, ଇନ୍ଦିରା ନାୟକ, ସଜନୀ ନାୟକ, କସ୍ତୁରୀ ନାୟକ ଓ ମାମି ମହାନ୍ତି ଙ୍କ ସମେତ ବହୁ ବରିଷ୍ଠ ନାଗରିକ ସହୋଜୋଗ କରିଥିଲେ।
ରିପୋର୍ଟ:- ରଜତ ପଟ୍ଟନାୟକ