


ଶେରଗଡ(ସମୃଦ୍ଧ ଓଡିଶା)ଶେରଗଡ ବ୍ଳକ ଲକ୍ଷ୍ମୀପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ସୋମବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଶେରଗଡ଼ ବ୍ଲକ୍ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୀବନ ବିନ୍ଦୁ, ଶେରଗଡ ବିଜେଡି ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିରରେ ବିଜୁ ଜନତା ଦଳ ର କର୍ମକର୍ତ୍ତା, ଓ ବହୁ ବଦାନ୍ଯ ବ୍ଯକ୍ତି ରହି ରକ୍ତ ଦାନ କରିଥିଲେ। ଶେରଗଡ ବ୍ଳକ ବିଜେଡି ର ସମସ୍ତ ନେତା ମାନଙ୍କ ମଧ୍ଯରେ ଓଡିଶା କାଜୁ ନିଗମ ଅଦକ୍ଷ ତଥା ଗଞ୍ଜାମ ଜ଼ିଲ୍ଲା ଜୀବନ ବିନ୍ଧୁ ସଂଯୋଜକ ସୁବାଷ ମହାରଣା,ଗଞ୍ଜାମ ଜ଼ିଲ୍ଲା ଛାତ୍ର ବିଜେଡି ଉପସଭାପତି ଝୁନା ପଟ୍ଟନାୟକ,ଦିଗାମ୍ବର ନାହକ, ଜିଲ୍ଲା ପରିଷଦ ସଭ୍ଯ ଚିତ୍ତରଂଜନ ପାଣିଗ୍ରାହୀ, ବରିଷ୍ଠ ନେତା ହୀନ ବେହେରା, ହୃଷୀକେଶ ପାଢୀ, ରାଜ୍ଯ ଉପସଭାପତି ଦେବାନନ୍ଦ ମହାପାତ୍ର,କୁରୁଳା ସରପଂଚ ଭୀମସେନ ଚୌଧୁରୀ, ଅଶୋକ କୁମାର ସ୍ବାଇଁ, ପ୍ରମୋଦ କୁମାର ପାତ୍ର, ରଞ୍ଜନ ସେଠୀ, ଗୌରହରି ବିଷୋୟୀ, ଶ୍ରୀଦୀପ ମହାପାତ୍ର, ମେଘନାଦ ଦାସ,ଶେରଗଡ ସମିତିସଭ୍ୟାସବିତାରାଣୀ ଚୌଧୁରୀ, ସମୀର ପ୍ରଧାନ, ବିଭୂ ପ୍ରସାଦ ଦାଶ, କାମରାଜୁ ଭୂୟାଁ,ହୀନ ପ୍ରଧାନ, ହରି ଡାକୁଆ ସମେତ ଉପସ୍ଥିତ ରେ ରକ୍ତ ଦାନ ଶିବିର କୁ ଶୁଭାରମ୍ଭ କରାଯାଇଥିଲା। ମୋଟ ୧୧୧ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା। ବିଜେଡି କର୍ମୀ ନେତା ମାନେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ହେତୁ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ଦଳ ରହି ୧୧୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଶେଷରେ କେକ କାଟି ଜନ୍ମଦିନ ପାଳନ କରି ଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ