




ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ନିର୍ବାଚନମଣ୍ଡଳୀ ପାଇଁ ଗୋଟିଏ ଦିନରେ ବିଜେଡି, ବିଜେପି, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ସହ ଅନ୍ୟ ୩ଜଣ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମା’ ମଝିଘରିଆଣୀଙ୍କ ଠାରେ ପୂଜାର୍ଚ୍ଚନା ପରେ ଜିଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖଙ୍କ ଗହଣରେ କଂଗ୍ରେସପ୍ରାର୍ଥୀ ଆପାଲାସ୍ୱାମୀ କାଡ୍ରାକ ଆସି ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ପରେ ବିଜେପି ପ୍ରାର୍ଥୀ ବସନ୍ତ ଉଲାକା ଆସି ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ସହ ଦଳର ହଳଧର ମିଶ୍ର, ଲକ୍ଷ୍ମୀ ପଟ୍ଟନାୟକ, ତପନ ତପାଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହପରେ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା ପ୍ରାୟ ୫ହଜାର ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ସହ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ସୁଜାତା ପାଳ, ଆଇନଜୀବୀ ବ୍ରଜସୁନ୍ଦର ନାୟକ, ବିନାୟକ କର ପ୍ରମୁଖ ଉପଜିଲାପାଳ କାର୍ଯ୍ୟାଳୟକୁ ଆସିଥିଲେ । ପରେ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ପକ୍ଷରୁ ପୂର୍ଣ୍ଣାବତୀ ମାଝି ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ଟିକଟ ପାଇ ନ ଥିବା ମକରନ୍ଦ ମୁଦୁଲି ଆସି ସ୍ୱାଧୀନପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ସେହିପରି ଜିଲାପରିଷଦ ସଭ୍ୟ ଅମ୍ବିକା ମାଝି ଓ ବିଭୀଷଣ ମାଝି ମଧ୍ୟ ସ୍ୱାଧୀନପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ