




ଦିଗପହଣ୍ଡି (ସମୃଦ୍ଧ ଓଡିଶା)ଦିଗପହଣ୍ଡିର ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ ନିକଟରେ ଥିବା ବଡ଼ ଖେମୁଣ୍ଡି ତାଲୁକା ଶୈଣ୍ଡିକ ସମାଜର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ବାଚସ୍ପତିଙ୍କର ପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟାକାରୀଣୀ ସଦସ୍ୟ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ସାହୁ ସଭାପତିତ୍ବ କରିଥିଲେ । ଜିଲ୍ଲାର ଶୈଣ୍ଡିକ ସମାଜର ସଭାପତି ନିରଞ୍ଜନ ସାହୁ ଓ ନିର୍ମଳ ସାହୁ ଉଦବୋଧନ ଦେଇ ଜାତିର ଗାରିମା ସହ ଜାତିକୁ ଆଗକୁ ନେବାପାଇଁ ସମସ୍ତଙ୍କ ମିଳିତ ସହଯୋଗ କାମନା କରିଥିଲେ । ସମସ୍ତଙ୍କ ପୁର୍ଣ ସହଯୋଗ ମିଳିଲେ ଏହି ଜାତି ଅର୍ଥାତ୍ ଶୈଣ୍ଡିକ ଜାତି ଏକ ଶ୍ରେଷ୍ଠ ଜାତିରେ ପରିଣତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ବର୍ତ୍ତମାନର ସରପଞ୍ଚ ତଥା ଦିଗପହଣ୍ଡି ବ୍ଲକର ବିଜେଡି ର ଯୁବ ସଭାପତି ରଞ୍ଜନ କୁମାର ସାହୁ ଓ ସମାଜର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ସମାଜରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏକ ସଂବୃଦ୍ଧି, ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଏହାର ମାପକାଠି ବୋଲି ନିଜର ଅଭିଭାଷଣ ରଖିଥିଲେ। ପରିଶେଷରେ ପ୍ରସାଦ ସେବନ କରି ସଭାକୁ ସଙ୍ଗ କରାଯାଇଥିଲା।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା