

ରାୟଗଡା (ସମୃଦ୍ଧ ଓଡିଶା) ପବିତ୍ର ଅକ୍ଷୟତୃତୀୟା ଅବସରରେ ଆଜି ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ସକାଶେ ରଥକାଠ ଅନୁକୂଳ ହୋଇଛି । ଏହିକ୍ରମରେ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ସକାଶ ଶୁଭ ପଡିଛି । ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱଅବଧାନରେ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଥମେ ରାଜ ପୁରୋହିତ ଶ୍ରୀ ଦାସ ପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ରଥ ଖଳାରେ ସ୍ଥାପନ କଲା ପରେ ବିଦ୍ଧି ଅନୁଯାୟୀ ପୂର୍ଣ୍ଣ କୁମ୍ଭ ସ୍ଥାପନ ଓ ହୋମ ଆହୁତି ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ଅବସରରେ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନିଲ ଖୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ