ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘ, ଜଳେଶ୍ଵର ବ୍ଲକ କମିଟି ତରଫରୁ (ଏ.ଆଇ.ଟି.ଇଉ.ସି, ଦ୍ଵାରା ସହବନ୍ଧିତ) ଶ୍ରମିକ ବିରୋଧି ନୀତି ପ୍ରତିବାଦରେ ଏକ ୧୪ ଦଫା ସମ୍ବଳିତ ଦାବୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକର ବରିଷ୍ଠ କିରାଣୀ ଅଧିର କୁମାର ପ୍ରାମାଣିକ ଓ ସିଡିପିଓ ଡିପ୍ତିମୟୀ ପୁଥାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଶ୍ରମ ଆଇନ ସଂଶୋଧନ କରିବା, ଆୟକର ଦେଉ ନ ଥିବା ସମସ୍ତ ପରିବାରକୁ ମାସିକ ୭ ହଜାର ୫ ଶହ ଟଙ୍କା ଲେଖାଏଁ ୬ ମାସର ଅର୍ଥ ପ୍ରଦାନ କରିବା, ପ୍ରବାସୀ ଶ୍ରମିକଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ କିଲୋ ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଚାଉଳ/ଗହମ ଓ ୨ ଶହ ଦିନ ମନରେଗା କାମ ଓ ଦୈନିକ ୬ ଶହ ଟଙ୍କା ମଜୁରୀ ପ୍ରଦାନ କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନର୍ସ ମାନଙ୍କ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରେ ଥିବା କଟକଣାକୁ ଉଠାଇ ନେବା ଇତ୍ୟାଦି ୧୪ ଦଫା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ରକୁ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀସଂଘ ଜଳେଶ୍ଵର ବ୍ଲକକମିଟି ତରଫରୁ ବ୍ଲକ ସଭାପତି ଲକ୍ଷ୍ମୀପ୍ରିୟା ଦାସ, ସଂପାଦିକା କଳ୍ପନା ଦେ, ପୋମା ହେମ୍ରମ୍ବ, ମମତା ଦାସ ମହାପାତ୍ର, ଫୁଲ ସରେନ, ତୃପ୍ତିରାଣୀ ମହାନ୍ତି, ସୁଜାତା ବାରିକ, ସୁଚିସ୍ମିତା ଖଣ୍ଡା, ଗୌରୀରାଣୀ ଘୋଷ, ଚମ୍ପାବତୀ ନାଗ, ଆସୁ ହାଁସଦା, ସୁଚୀତ୍ରା ଆସ, ସ୍ଵାଗତୀକା ଜେନା, ମଞ୍ଜୁଲତା ପ୍ରମାଣିକ, ପ୍ରଭାସିନି ଗିରି, ନିରୁପମା ପ୍ରଧାନ, କୁନ୍ତଳା ପାତ୍ର ପ୍ରମୁଖ ଅଙ୍ଗନବାଡ଼ି କର୍ମୀମାନେ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ସାମ୍ୟବାଦୀ ନେତା କମଲ ଚକ୍ରବର୍ତ୍ତୀ, ସୁଦାମ ପାତ୍ର, ସମାଜସେବୀ ମନୋରଞ୍ଜନ ଦାସ, ଶ୍ରୀନିବାସ ଦାସ ମହାପାତ୍ର, ସାମ୍ବାଦିକ ଆଶିଷ କୁମାର ପାତ୍ର ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା