ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ବିଭ୍ରାଟ ରିପାର୍ଟ ସର୍ବସାଧାରଣରେ ପ୍ରକାଶ କରାନଯିବା ଘଟଣ।ର ଆଜି ବିେଜପି ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛି। ଦଳ ଏହା ବିରୁଧରେ ହାଇକୋର୍ଟକୁ ଯିବା ଲାଗି ଧମକ ଦେବା ସହିତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବ୍ୟଭିଚାରୀ, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ବୋଲି କହିଛି।ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏଥିର ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲ, ମୁଖ୍ୟମନ୍ତ୍ରୀ ଏବ˚ ପ୍ରଶାସକମାନେ ଜଗନ୍ନାଥ ସ˚ସ୍କୃତି ବିରୋଧରେ ଏକ ବିରାଟ ଷଡଯନ୍ତ୍ର କରୁଛନ୍ତି। ୨୦୧୫, ନବକଳେବର ସମୟରେ ଘଟିଥିବା ବ୍ରହ୍ମ ବିଭ୍ରାଟ ସମଗ୍ର ଓଡିଆ ଜାତି, ଜଗନ୍ନାଥ ସ˚ସ୍କୃତିପ୍ରେମୀ ବିଶେଷତଃ ସନାତନ ଧର୍ମାବିଲମ୍ବୀ ହିନ୍ଦୁ ସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା। ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ସାଢେ ୩ ବର୍ଷ ବିତିଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କୈାଣସି ଅନୁସନ୍ଧାନ କଲେ ନାହିଁ କି ଏହା ପଛରେ ଥିବା ବିଶୃଙ୍ଖଳିତ ଅଧିକାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ା ଏହା ପରେ ପରେ ନୀଳାଦ୍ରି ବିଜେ ଏବ˚ ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗ କ୍ରମାନ୍ବୟରେ ଘଟିଛି। ଏହା କଟା ଘା’ ରେ ଚୂନ ଦେବା ଭଳି ଓଡିଆ ଜାତିକୁ ବ୍ୟଥିତ କରିଛି। ମାତ୍ର ଏହି ତିନିଟି ଯାକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।