ଶ୍ରୀଜଗନ୍ନାଥ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଇନ୍ ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ବରିଷ୍ଠ ଦେୱାନୀ ବିଚାରପତି ଇନ୍ଦିରା ପ୍ରିୟଦର୍ଶନୀ ଓ କନିଷ୍ଠ ଦେଓ୍ବାନୀ ବିଚାରପତି ମାମି ବେହେରା ଯୋଗ ଦେଇ ସାମ୍ପ୍ରତିକ ସମାଜରେ ମହିଳା ମାନେ ଯେପରି ଏସିଡ୍ ଆକ୍ରମଣର ଶୀକାର ହେଉଛନ୍ତି ତାହାକୁ ପ୍ରତିହତ କରିବାପାଇଁ ଏକ ଆଇନ୍ ୨୦୧୭ ମସିହା ଠାରୁ ପ୍ରଚଳିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଆଇନ୍ବଳରେ ପିଡିତା ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ୨ ମହିଳା ବିଚାରପତି ଦ୍ୱୟ ପ୍ରକାଶ କରିବା ସଂଗେ ସଂଗେ ଏହି ଆଇନ୍ର ଉପକାରୀତା ସଂପର୍କରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ସୁନୀଲ କୁମାରେ ଜେନା ସ୍ୱାଗତ ଭାଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବାର୍ ଏସୋସୀଏସନ୍ର ସଭାପତି କୁଞ୍ଜବିହାରୀ ଦାସ, ପୂର୍ବତନ ସଭାପତି ଚିନ୍ମୟ କୁମାର ଦାସ, ସରକାରୀ ଓକିଲ ପତିତପାବନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଭାରତୀୟ ପିଙ୍ଗଳକୋଡର ଏହି ଆଇନ୍ ଉପରେ ଥିବା ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା