ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଛାତ୍ରୀମାନେ ନିଷ୍ଠା, ଏକାଗ୍ରତା ଓ ପ୍ରଚେଷ୍ଟା ଜାରି ରଖିଲେ ସମାଜରେ ପ୍ରତିଷ୍ଠିତ ହୋଇ ପାରିବେ- ବିଧାୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ରୀମାନେ ନିଷ୍ଠା, ଏକାଗ୍ରତା ଓ ପ୍ରଚେଷ୍ଟା ଜାରି ରଖିଲେ ସମାଜରେ ପ୍ରତିଷ୍ଠିତ ହୋଇ ପାରିବେ ବୋଲି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ପାତ୍ର ଶ୍ରୀଜଗନ୍ନାଥ ମହିଳା ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ପୁରସ୍କାର ବିତରଣ ଉତ୍ସବ ଓ ଅନୁଷ୍ଠାନର ପ୍ରତିଷ୍ଠାତା ଡା. ଅତୁଲ ଚନ୍ଦ୍ର ପାତ୍ରଙ୍କ ୯୭ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନାରୀମାନେ ଶୃଙ୍ଖଳିତ ଓ ପରିମାର୍ଜିତ ହେଲେ ଦେଶ ଓ ସମାଜର ବିକାଶର ସହାୟକ ହୋଇ ପାରିବେ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତାରୂପେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ ସରୋଜ କୁମାର ଦାଶ କହିଲେ ବିଦ୍ୟାହିଁ ପୃଥିବୀର ଶ୍ରେଷ୍ଟ ରତ୍ନବୋଲି ବର୍ଣ୍ଣନା କରିବା ସଂଗେ ସଂଗେ ପ୍ରତ୍ୟେକ ଛାତ୍ରୀ ନିର୍ଭିକ ଓ ସାହାସୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଠୀ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ପ୍ରାଧ୍ୟାପିକା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଘୋଷାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଅଧ୍ୟାପିକ ଅଞ୍ଜଳି ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଧ୍ୟାପିକ ସୁରଥି ଦେ, ମାମୀ ମହାନ୍ତି, ଅଧ୍ୟାପକ ଉଦୟ କୁମାର ଗିରି ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରତିଷ୍ଠାତା ସ୍ୱର୍ଗତ ଅତୁଲ ଚନ୍ଦ୍ର ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ର ଦ୍ୱିତୀୟ ସଂସ୍କରଣ ଓ ତ୍ରୟମାସୀକ ପ୍ରାତୀର ପାତ୍ର ସ୍ୱର୍ଣ୍ଣଲେଖା-୨୦୧୯ର ଉନେ୍ାମଚନ ହୋଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରୀମାନେ ଉଦ୍ଯାପନୀ ସଂଗୀତ ପରିବେଶଣ କରିଥିବାବେଳେ ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନା ସଭ୍ୟା ମାଧୁରୀ ନାଥ ଓ ସଭ୍ୟ ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା