ଶ୍ରୀଜଗନ୍ନାଥ ମହିଳା କଲେଜର ବାର୍ଷିକ ଉତ୍ସବ ଓ ପ୍ରତିଷ୍ଠାତା ଅତୁଲ ପାତ୍ରଙ୍କ ଜନ୍ମ ଜୟନ୍ତୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଜଳେଶ୍ୱର ଶ୍ରୀଜଗନ୍ନାଥ ମହିଳା ଉଚ୍ଚବିଦ୍ୟାଳୟ ୩୬ବର୍ଷ ଧରି ବାର୍ଷିକ ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ବାର୍ଷିକ ସାଂସ୍କୃତିକ ପୁରସ୍କାର ବିତରଣୀ ତଥା ସ୍ୱର୍ଗତ ଡା. ଅତୁଲ ଚନ୍ଦ୍ର ପାତ୍ରଙ୍କ ୯୮ତମ ଜୟନ୍ତୀ ପାଳିତ ହୋଇଛି । ଆୟୋଜିତ ସଭାରେ ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ ପୌରହିତ୍ୱ କରି ସ୍ୱାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥିଭାବେ ବିଧାୟକ ତଥା ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସୃଜନୀ ଶକ୍ତିର ବିକାଶ ବଲମ ଭଳି କଲମ ଦ୍ୱାରା ସମ୍ଭବ ହୋଇଥାଏ ବୋଲି କହିଥିଲେ । ସ୍ୱର୍ଗତ ଡା ଅତୁଲ ଚନ୍ଦ୍ର ପାତ୍ର ଜୀବନ ରୂପକ ବନ୍ଧନରୁ ମୁକ୍ତିଲାଗି ସାମାଜିକ ସେବା ଓ ନାରୀ ଶିକ୍ଷାର ପ୍ରଗତି ପାଇଁ ବ୍ୟାପକ କାର୍ଯ୍ୟ କରିଥିବାରୁ ସେ ଅମର ହୋଇପାରିଛନ୍ତି ବୋଲି ବ୍ୟକ୍ତି କରିଥିଲେ । ମୁଖ୍ୟବକ୍ତାଭାବେ ବାଗିଶ୍ୱରୀ ସଂସ୍କୃ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ସୃଜନ ଓ ସଂସ୍କାରର ସମନ୍ନ ତଥା ନିଷ୍ଠା ଓ ସୁସ୍ଥାମାନସିକତା ଦ୍ୱାରା ସୁ-ସମାଜ ଗଠନ ହୋଇପାରେ । ତେଣୁ ଜଡ ଓ ଚେତନା ମଧ୍ୟରେ ଜଣେ ମା ବିଦ୍ୟା, ବିନୟା, ବେଶ ସୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ସ୍ୱର୍ଗତ ପାତ୍ରଙ୍କ ଭଉଣୀ ଉଷା ରାଣୀ ପାତ୍ର ଓ ନଳଗଜାସ୍ଥିତ ୟୁ.ଏନ୍ ଜଲେଜର ପୂର୍ବତନ ଅଧ୍ୟକ୍ଷ କିଶୋର କୁମାର ପାଣିଗ୍ରାହୀ ଯୋଗ ଦେଇ ସମାଜରେ ଜଣେ ଝିଅ ଶିକ୍ଷିତ, ମାର୍ଜିତ ଓ ସୃଙ୍ଖଳିତ ହୋଇଥିଲେ ଏକ ଆଦର୍ଶ ପରିବାର ଗଠନ ହୋଇପାରେ ବୋଲି କହିଥିଲେ । ବରିଷ୍ଠ ଅଧ୍ୟପକ ନୀଳକଣ୍ଠ ଖଣ୍ଡା ମଂଚ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିବା ବେଳେ ଅଂଜଳି ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସର୍ବାଧିକ ନମ୍ବର ରଖିଥିବା ୩ କୃତି ଛାତ୍ରୀଙ୍କୁ ଅତୁଲ ଚନ୍ଦ୍ର ପାତ୍ର ସମ୍ମାନ ପ୍ରଦାନ ପୂର୍ବକ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା ଏହା ପୂର୍ବରୁ ମୁଖପତ୍ର ଶଙ୍ଖବେଳାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିବା ବେଳେ ଚିତ୍ରକଳା ପ୍ରଦର୍ଶନୀ, ତ୍ରୟମାସିକ ପ୍ରାଚୀରପତ୍ର ସ୍ୱର୍ଣ୍ଣଲେଖା, ନୂତନ ସଭା କକ୍ଷ ଓ ସୁଭଦ୍ରା ଛାତ୍ରୀବାସ ଉଦ୍‌ଘାଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା