ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟରେ ଆଜି ଏଡ୍ସ୍ ଲାଗି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ୍ ଆନୁକୂଲ୍ୟରେ ଆନ୍ତର୍ଜାତିକ ଏଡସ୍ ନିରାକରଣ ପରିପେକ୍ଷୀରେ କଲେଜର ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ର୍ୟାଲି ଆୟୋଜିତ ହୋଇଥିଲା । ଏହି ଶୋଭଯାତ୍ରାକୁ କଲେଜ ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଛାତ୍ରୀମାନେ ନିକଟସ୍ଥ ଶାନ୍ତିଆ ଗ୍ରାମକୁ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟିକରିବା ସହିତ ଲୋକମାନଙ୍କୁ ବିଭିନ୍ନ ତଥ୍ୟମୂଳକ ସନ୍ଦର୍ଭ ଓ ଫଟୋଚିତ୍ର ପ୍ରଦର୍ଶନ କରିଥିଲେ । ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଓ ସଂଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଏଥିଲାଗି ମହାବିଦ୍ୟାଳୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟକ୍ଷା ଶ୍ରୀମତୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଥିରେ ବକ୍ତବ୍ୟ ରଖିଥିଲେ । ପ୍ରୋଗ୍ରାମ ଅଫିସର ଉଦୟ କୁମାର ଗିରି ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ୟୁଥ ଏଡ୍ସର ସଂଯୋଜକ ଚନ୍ଦ୍ରଲେଖା ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା