

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ସ୍ଥିତ ଟେକ୍ନୋ ପାର୍କ ବାସିନ୍ଦା ଶ୍ରୀମତୀ ପ୍ରତିଭା ସୁବୁଦ୍ଧିଙ୍କ ବାସ ଭବନରେ ପାଞ୍ଚ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଜଣାପଡିଛି । ବ୍ରହ୍ମକମଳ ଫୁଲ ଏକ ଦୁର୍ଲଭ ପ୍ରଜାତି ଓ ପୌରାଣିକ ସମ୍ବଦ୍ଧିତ ଫୁଲ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ କେବଳ ଗୋଟିଏ ରାତି ପାଇଁ ବର୍ଷର ଆଷାଢ଼ ଠାରୁ ଭାଦ୍ରବ ମାସ ମଧ୍ୟରେ ଏହି ପ୍ରଜାତିର ବିରଳ ବ୍ରହ୍ମକମଳ ଫୁଲ ଫୁଟି ଥାଏ । ଭାରତରେ ଏହାକୁ ପବିତ୍ର ଫୁଲର ମାନ୍ୟତା ମିଳିଛି । ବ୍ରହ୍ମାଙ୍କ ନାମରେ ନାମିତ ଏହି ଫୁଲଟି ଫୁଟିବା ସମୟରେ ଯିଏ ଦେଖନ୍ତି ସିଏ ନିଜକୁ ଭାଗ୍ୟବାନ ମନେ କରନ୍ତି । ହିନ୍ଦୁ ଚିତ୍ରକଳାରେ ବ୍ରହ୍ମା ଗୋଲାପୀ ରଙ୍ଗର ଫୁଲ ଉପରେ ବସିବା ଦେଖାଯାଏ । ତାହା ସହ ଏହାର ଅନେକ ସାମଞ୍ଜସ୍ୟ ଥିବାରୁ ଏହାର ନାମ ବ୍ରହ୍ମ କମଳ ରଖାଯାଇଥିବା କିମ୍ବଦନ୍ତୀରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ ଫାଇଲିନ ବାତ୍ୟା ସମୟରେ ଶ୍ରୀମତୀ ସୁବୁଦ୍ଧି ଏହି ପ୍ରଜାତିର ଚାରାରୋପଣ କରିଥିଲେ । ଦୀର୍ଘ ୫ ବର୍ଷର ପ୍ରତୀକ୍ଷା ପରେ ଏକାଥରକେ ୫ଟି ଫୁଲ ଫୁଟିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
