




ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାପୁର ବ୍ଲକର ବହୁ ଚର୍ଚ୍ଚିତ ଫତେଗଡ ପାହାଡ ଉପରେ ଭବ୍ୟ ମନ୍ଦିର ନିର୍ମିତ ସହ ଶ୍ରୀରାମ ଲାଲାଙ୍କ ପ୍ରତିମୂର୍ତ୍ତ ପ୍ରାଣ ପ୍ରତିଷ୍ଠା ପାଇସାରିବା ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସହ ତାଳ ଦେଇ ଚଳିତ ମାସ ୨୨ତାରିଖରେ ହେବାପାଇଁ ସ୍ଥିରୀକୃତ ହେଇଥିଲା ବେଳେ ସେହିଦିନ ଫତେଗଡ ଶ୍ରୀରାମ ମନ୍ଦିରର୍ ଶୁଭ ଉଦଘାଟନ ହୋଇଛି। ଗତ ୩ଦିନ ଧରି ହୋମ ଯଜ୍ଞ ସହ ସାଧୁ ସନ୍ଥ ସମ୍ମିଳନୀ ମଧ୍ୟ ଚାଲୁ ରହିଛି। ଏହି ଅବସରରେ ଆଜି ମଧ୍ୟ ଶତାଧିକ ସାଧୁ ସନ୍ଥ ଯୋଗଦାନ କରିଥିଲେ। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମନ୍ଦିର ଅଞ୍ଚଳ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଛି। ଭିଡ଼କୁ ପରିଲକ୍ଷିତ କରି ଆରକ୍ଷୀ ବନ୍ଧୁ ମାନଙ୍କ ସହ ସ୍ବେଛାସେବୀ ମାନେ ମଧ୍ୟ ଆପ୍ରାଣ ଉଦ୍ୟମ କରି ଶୃଙ୍ଖଳା ରକ୍ଷା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଫତେଗଡ ଠାରୁ ଭାପୁର ରାସ୍ତା ମଧ୍ୟ ଯାମ ହୋଇ ଘଣ୍ଟା ଘଂଟା ଧରି ଗାଡ଼ି ମୋଟର ଅଟକି ରହିଥିଲା। ବର୍ତ୍ତମାନ ଏହାକୁ ଦ୍ୱିତୀୟ ଅଯୋଧ୍ୟା ବୋଲି ଭକ୍ତ ମାନେ କହୁଛନ୍ତି। ଏହା ସହ ମୂର୍ତ୍ତି ଗୁଡିକ ଆକର୍ଷଣୀୟ ଏବଂ ସାଢେ଼ ୫ଫୁଟରୁ ଉର୍ଦ୍ଧରେ ନିର୍ମିତ ହୋଇଥିବା ଜଣାପଡିଛି। ଆଜି ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଦର୍ଶନ ସାରି ଏଭଳି ମନ୍ଦିର ଏବଂ ପରିବେଶ ବିରଳ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ବିଶେଷ ଆକର୍ଷଣୀୟ ଏହି ମନ୍ଦିରର ପରିଚାଳନା କମିଟି ତଥା ଏହାର ସଭାପତି ବେଣୁଧର ପ୍ରଧାନଙ୍କ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସୂଚନା ମିଳିଛି।
ରିପୋର୍ଟ : ରଜତ ମହାପାତ୍ର