

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଶ୍ରୀ ସିଦ୍ଧ ବଳରାମ ମନ୍ଦିର ସାମ୍ନାରେ ଥିବା ଅଫିସ ଘର, ଝୁଲଣ ଠାକୁର ଘର ଓ ଅମଣିଆ ଠାକୁରଙ୍କ ରହୁଥିବା ଜିନିଷ ଘର ୩ ବଖରାର ଛାତ ବିପଦ ସଂକୁଳ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୪୫ ବର୍ଷ ତଳୁ ନିର୍ମିତ ଏହି ଛାତ ତତକାଳୀନ ଜିମାଦାର ବିଘ୍ନେଶ୍ୱର ପଟ୍ଟନାୟକଙ୍କ ସମୟରେ ହୋଇଥିଲା । ବର୍ତ୍ତମାନ ଘର ଛାତର ରଡ଼ ସବୁ ଦେଖାଗଲାଣି । ଭିତରେ ଥିବା ଛାତ ମଧ୍ୟରୁ ଛେଲା ଛେଲା ଘର ଭିତରେ ଅକସ୍ମାତ ଗଜା ହେଉଛି । ଛାତର ଲୁହାରଡ଼ ଓହଳି ଦେଖାଯାଉଛି । ଏ ବାବଦରେ ବାରମ୍ବାର ଉପଜିଲ୍ଲାପାଳ ତଦନ୍ତ କରି ଦେଖି ଗଲେଣି । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବର୍ତ୍ତମାନ ଶୁଣା ଯାଉଛି ଯେ ଏହି କାର୍ଯ୍ୟ ତୁରନ୍ତ ମୁନ୍ସିପାଲଟି କରିବାକୁ ହାତକୁ ନେଇଛି । ତେବେ ଏଠାରେ ଅଫିସ ଖୋଲିବା ଓ ଠାକୁରଙ୍କ ଅମଣିଆ ହୁଣ୍ତୀ ରଖିବା ଜୀବନ ପ୍ରତି ବିପଦ ଥିବାର ସମ୍ଭାବନା ଥିବାରୁ ତୁରନ୍ତ ଭାଙ୍ଗିବାର ଆବଶ୍ୟକ ରହିଛି । ତେଣୁ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି