

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିରର ସମାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୪ ଡିସେମ୍ବର ୨୦୨୧ ଠାରୁ ଅନୁଷ୍ଠିତ ହୋଇଥିବା ଏହି ଶୀତକାଳୀନ ସ୍ୱତନ୍ତ୍ର ଶିବିର ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କ ଆତିଥ୍ୟରେ ଅନୁଷ୍ଠିତ ହୋଇ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଥା- ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଓମିକ୍ରନ ଭାଇରସର ଭୟାବହତା, ସଚେତନତା ଓ ଏହାର ନିରାକରଣ, ନାରୀ ସଶକ୍ତିକରଣ, ବ୍ୟକ୍ତିତ୍ବର ବିକାଶ, ଜୀବନ ଧାରଣ ନିମନ୍ତେ ଖେଳର ଆବଶ୍ୟକତା ଓ ଗୁରୁତ୍ବ ଇତ୍ୟାଦି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ପିଓ ଗଣେଶ ସାହୁଙ୍କ ତତ୍ତ୍ଵାବଧାନରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୨୪ ଡିସେମ୍ବର ୨୦୨୧ ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିବା ବେଳେ ୩୦ ଡିସେମ୍ବର ୨୦୨୧ରେ ନରେନ୍ଦ୍ରପୁର ମହାବିଦ୍ୟାଳୟର ଏନଏସଏସ ପିଓ ଶତୀଶ କୁମାର ନାୟକଙ୍କ ଆତିଥ୍ୟରେ ଉଜ୍ଜାପୀତ ହୋଇଯାଇଛି । ଏହି ଶିବିରରେ ଶ୍ରୀ ବେଲେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ଗୌଡ଼ ଏବଂ ଅଧ୍ୟାପିକା ଶ୍ରୀମତୀ ନର୍ମଦା ଷଡଙ୍ଗୀ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀମତୀ ଲିଜା ପାଢ଼ୀ, ଶ୍ରୀମତୀ ଅନିତା ରାଣୀ ପାଳ, କିରାଣୀ ଶଙ୍କରସେନ ମହାନ୍ତି ତଥା ଶ୍ରୀ ବେଲେଶ୍ଵର ଡ଼ିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଏନଏସଏସ ପିଓ ଗୋପାଳ କୃଷ୍ଣ ଜେନା, କାଳୁଚରଣ ନାୟକ, ଓ ବର୍ତ୍ତମାନର ଏନଏସଏସ ପିଓ ମାନସ ରଞ୍ଜନ ପଟ୍ଟନାୟକ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେବା ସହିତ ଆଗାମୀ ଦିନରେ ଅଧିକ ଜନହିତ କାର୍ଯ୍ୟକ୍ରମ ହାତକୁ ନେଇ ସେବା କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
