

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ଅବସ୍ଥିତ ମାଁ ଚାମୁଣ୍ଡେଶ୍ୱରୀଙ୍କ ପୀଠରେ ନବରାତ୍ରୀ ଉପଲକ୍ଷେ ଜାତୀୟ ରାଜପଥ ପାଶ୍ୱର୍ରେ ଦୁଇଟି ନୂତନ ସିଂହ ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କ ଉପସ୍ଥିତରେ ପ୍ରତିଷ୍ଠା କରାଯାଇଛି । ଦିଗପହଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ଯଥା ମୁଖ୍ୟଦ୍ୱାରରୁ ମନ୍ଦିର ଉପରକୁ ରାସ୍ତା, ନିକଟରେ ଥିବା ସାଗରର ସୌନ୍ଦର୍ଯ୍ୟକରଣ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିରର ପୁନଃନିର୍ମାଣ ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ମନ୍ଦିରର ବିକାଶ ସହ ଓଡିଶା ପର୍ଯ୍ୟଟନରେ ସ୍ଥାନ ଦେଲେ ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳର ସାଂସ୍କୃତିକ ତଥା ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବାଚସ୍ପତି ନିଜେ ହୃଦୟଙ୍ଗମ କଲେ । ଆଜିର ଏହି କାର୍ଯ୍ୟକ୍ରମ କିଷାନ ନେତା ତଥା ସମାଜସେବୀ ଡ଼ଃ ପ୍ରଫୁଲ୍ଲ ଜୟ କିଷାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତହସିଲଦାର ଅଦିତ୍ୟ କୁମାର ସ୍ୱାଇଁ, ବ୍ଲକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ ପ୍ରତିନିଧି ନିରଞ୍ଜନ ରେଡ୍ଡୀ, ବ୍ଲକ ବିଜେଡ଼ି ସଭାପତି ଉଦୟ ନାଥ ସ୍ୱାଇଁ, ନଗର ବିଜେଡ଼ି ସଭାପତି ପ୍ରମୋଦ ପାଣିଗ୍ରାହୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ରବିନାରାୟଣ ରାଜୁ, ସମାଜସେବୀ ଶ୍ରୀମତୀ ସଂଯୁକ୍ତା ଦଳେଇ, ଶଙ୍କର ରଥ, ମିଲନ ପାଣିଗ୍ରାହୀ ଏବଂ ମୁନା ବିଷୋୟୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
