ଶ୍ୱଶୁର ଘରେ ଜ୍ୱାଇଁଙ୍କ ତାଣ୍ଡବ ଲିଳା – ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ : ପରିବାରର ୪ ଗୁରୁତର ଓ ଅଭିଯୁକ୍ତ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜ୍ୱାଇଁମାନେ ସାଧାରଣତଃ ଶ୍ୱଶୁରଘରେ ସମସ୍ତ ସମ୍ମାନର ହକଦାର ହୋଇଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ଖାଲିନା ଗାଁରେ ଆଜି ଏହାର ବ୍ୟତିକ୍ରମ ଓ ଅଭାବନୀୟ ଖଟଣା ଦେଖା ଦେଇଛି । ଘଟଣାରୁ ପ୍ରକାଶ ଖାଲିୀନା ଗାଁର ନିଳାମ୍ବର ପାଣିଗ୍ରାହୀ ପରିବାର ସହ ରହୁଥିବା ବେଳେ ତାଙ୍କ ଜଣେ ଝିଅକୁ କମର୍ଦ୍ଦା ଥାନା ଅନ୍ତର୍ଗତ ଆରୁହାବୃତ୍ତି ଗାଁର ରଂଜନ କୁମାର ପଣ୍ଡା (୨୮)କୁ ବୈଦିକ ରିତୀରେ ବିହାବ ଦେଇଥିଲେ । ବିଶେଷ କାରଣ ଜଣାନଥିବା ବେଳେ ଆଜି ଭୋର ରଂଜନ କେତେକ ମାରଣାସ୍ତ୍ର ଧରି ଶ୍ୱଶୁର ଘରେ ହାଜର ହୋଇଥିଲା । ଘରୁ ଶାଶୁ ଜୟନ୍ତି ବାହାରିଲାମାନେ ଅତର୍କିତ ଭାବେ ପନିକିରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୟନ୍ତି ଚିତ୍କାରେ କରିବାରୁ ଘରୁ ତାଙ୍କ ବଡ ଝିଅ ସୁସ୍ମିତା, ଦେବୀ ଓ ସ୍ତ୍ରୀ ପୁଷ୍ପା ବାହାରିବାରୁ ସେମାନଙ୍କୁ ମଧ୍ୟ ରଂଜନ ଆକ୍ରମଣ କରିବାକୁ ପଛାଇନଥିଲା । ଖବର ପାଇ ଗାଁ ଲୋକେ ରୁଣ୍ଡ ହେବାରୁ ରଂଜନ ହାତରେ ରଡ୍ ଓ କଟୁରୀ ଧରି ତା ନିକଟକୁ ନ ଆସିବାକୁ ଧମକ୍ ଦେଇଥିଲା । ଗାଁରୁ ଖବର ପାଇ ନାମ୍ପୋ ଫାଣ୍ଡି ପୋଲିସ୍ ଏଏସ୍ଆଇ ଭଗବାନ୍ ଦାସ ଘଟଣାସ୍ଥଳରେ ପହଞ୍ଚିଅଭିଯୁକ୍ତ କାବୁ କରିଥିଲେ ଓ ଶେଷରେ ଜଳେଶ୍ୱର ଥାନାରୁ ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ସହିତ ଏକ ଟିମ୍ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଥାନାକୁ ପହଞ୍ଚିଥିଲେ । ପରେ ନିଳାମ୍ବର ପାଣିଗ୍ରାହୀଙ୍କ ଅଭିଯୋଗ ମୂଳେ ରଂଜନ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିରେ ମୋଟ ୪ଜଣ ଆହତ ହୋଇଥିବା ବେଳେ ତାହା ଘରୋଇ କଳହକୁ କେନ୍ଦ୍ର କରି ବିସ୍ଫରକ ପରିସ୍ଥିତି ସୃଷ୍ଟି ହୋଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା