ଶ୍ୱଶୂର ଘରେ ଜ୍ୱାଇଁଙ୍କର ଅସ୍ୱାଭାବିକ ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫ବର୍ଷ ପୂର୍ବେ ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ଗାଁର ନଗେନ୍ ବିନ୍ଧାଣୀର ପୁଅ ଶିବ ବିନ୍ଧାଣୀ (୩୦) ଖୁଆଡ ଗାଁରୁ ବିବାହ କରିଥିଲେ । ଗତ କିଛିଦିନ ଧରି ସେ ତାର ସ୍ତ୍ରୀ ଓ ୩ବର୍ଷର ପୁଅ ଶ୍ୱଶୁର ଘରେ ରହୁଥିବା ବେଳେ ଗତ ବୁଧବାର ସକାଳେ ଶିବର ମୁଣ୍ଡ ବୁଲାଇବା ଓ ଅଶ୍ୱସ୍ତି ଅନୁଭବ କରିଥିଲା । ତାଙ୍କୁ ପ୍ରଥମେ ଖୁଆଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲେ ମଧ୍ୟ ପୁଣି ଅପରାହ୍ନରେ ଅସ୍ୱସ୍ତି ଅନୁଭବ କରିବାରୁ ତାଙ୍କୁ ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରାଇବଣିଆ ଥାନାରେ ରୁଜୁ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା