

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ବେଆଇନ ପଥର ଖାଦନରେ ବେଆଇନ ଭାବେ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଗ୍ରାମବାସୀ ଓହ୍ଲାଇ ଦୀର୍ଘ ୩ ଘଣ୍ଟା ଧରି ଏନଏଚ ୩୨୬ର ପୁଡାମାରୀ ପଟିଗୁଡା ଗାଁ ଛକରେ ଆନ୍ଦୋଳନ କରିଥିବା ଜଣାପଡିଛି । ସୂଚନା ଅନୁଯାଇ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା । ଜିଲାର ସାନଖେମୁଣ୍ଡି ତହସିଲ ଅଧିନସ୍ଥ ପତ୍ତିଗୁଡ଼ା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି । ଏହି କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ନିକଟସ୍ଥ ପାହାଡ଼ରୁ ପଥର ଫୁଟାଇବା ଯୋଗୁଁ ଶବ୍ଦରେ ନିକଟରେ ଥିବା ଗାଁ ଲୋକଙ୍କ କାନ୍ଥ ଭାଙ୍ଗି ଯାଉଛି । ସେହିପରି କ୍ରସର କମ୍ପାନୀର ନିର୍ଗତ ବର୍ଜ୍ୟବସ୍ତୁରେ ଚାଷ ଜମି ଅନୁର୍ବର ହୋଇଯାଉଛି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି । ଏନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ତହସିଲ ପୋଲିସ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅଭିଯୋଗ କରିବା ସହ ଗାଁ ଲୋକେ ପ୍ରଶାସନ ଉପରୁ ଆସ୍ଥା ହରାଇ ଦେଇଥିବା କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
