ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମହାମାରୀ ସମୟରେ ସଂକ୍ରମିତ ଇଲାକାରେ ବିଶୋଧନ କରିବାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ଅଗ୍ନିଶମ ବାହିନୀ । ଲକ୍ ଡାଉନ ଆରମ୍ଭରୁ ପ୍ରବାସୀ ଓଡିଆମାନେ ରହୁଥିବା ବିଭିନ୍ନ ସଂଘରୋଧ କେନ୍ଦ୍ର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କୋରନା ସଂକ୍ରମିତ ଚିହ୍ନଟ ହେଉ ଥିବା ସହର ଓ ଗ୍ରାମ ମାନଙ୍କରେ ନିୟମିତ ବିଶୋଧନ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ । ସେହିପରି ଆଜି ଭଞ୍ଜନଗର କୋଭିଡ଼୍ କେୟାର ସେଣ୍ଟର, ପାତ୍ର କଲୋନୀ, ଫରେଷ୍ଟ ଅଫିସ, ପୋଲିସ କଲୋନୀ, ପୋଲିସ ଷ୍ଟେସନ, କୋଳି ସାହି ଓ ଜଗନ୍ନାଥ ବିହାରକୁ ବିଶୋଧନ କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସମସ୍ତ ଅଂଚଳରେ ପିପିଇ କିଟ୍ ପିନ୍ଧି ବିଶୋଧକ ସିଞ୍ଚନ କରିଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ