ରାୟଗଡା (ସମୃଦ୍ଧ ଓଡିଶା) ସଂଗରୋଧ କେନ୍ଦ୍ରକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ବଢିବାରୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ପୋଲିସ ବଳ ପହଞ୍ଚି ଅଞ୍ଚଳବାସୀଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଆପାତଃ ଶାନ୍ତି ପଡିଥିବା ଜଣାପଡିଛି । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ ହଲୁଆ ଗ୍ରାମପଞ୍ଚାୟତ ଅଧିନ କୋଡାପାଡି ଗ୍ରାମରେ । ବ୍ଲକ କତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ର କରାଯାଇଥିବାରୁ ଏହାକୁ ତିବ୍ର ବିରୋଧ କରୁଛନ୍ତି ଗ୍ରାମବାସୀ । ଗୁରୁବାର ରାୟଗଡା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ ସେଠାରେ ପହଞ୍ଚି ଲୋକଙ୍କୁ ସଂଗରୋଧ କେନ୍ଦ୍ରକୁ ବିରୋଧ ନକରିବା ପାଇଁ ବୁଝାସୁଝା କରିଥିଲେ । ତେବେ ଉପଜିଲ୍ଲାପାଳଙ୍କ କଥା ନଶୁଣି ଆଜି ଗ୍ରାମବାସୀ ସ୍କୁଲ ସମ୍ମୁଖରେ ଗଛ ହାଣି ପକାଇବା ସହ ବିଦ୍ୟାଳୟ ଫାଟକକୁ ତାଲା ପକାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟ କରିଥିଲେ । କରୋନା ମହାମାରୀ ଭୂତାଣୁ ବାୟୁ ଦ୍ୱାରା ବ୍ୟାପୁଛି ଏବଂ ଆଗାମୀ ଦିନର ଉକ୍ତ ପଞ୍ଚାୟତ ଲୋକେ ବାହର ରାଜ୍ୟରୁ ଆସି ରହିଲେ ଏହି ମାହାମାରୀ ଦ୍ୱାରା ସ୍ଥାନୀୟ ଗ୍ରାମାବୀସଙ୍କୁ ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି ବୋଲି ଅଞ୍ଚଳବାସୀନ୍ଦା ଅଡି ବସିଥିଲେ । ତେବେ ଘଟଣାକୁ ଆୟତ୍ତ କରିବାକୁ ଯାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ତହସିଲଦାର ଶ୍ରୀ ବେହେରା ଓ ଅତିରିକ୍ତ ତହସିଲଦାର ଶ୍ରୀ ଖୋରା ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଇ ପରିସ୍ଥିତିକୁ ଆୟତ୍ତ କରିଥିଲେ । କିନ୍ତୁ କିଛି ସମୟ ପାଇଁ ପୋଲିସ ଓ ଗ୍ରାମାବାସୀ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିବାରୁ ସେଠାରେ ଅଧିକ ପୁଲିସ ସୁରକ୍ଷା ବଳକୁ ଡକାଯାଇ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଲୋକଙ୍କୁ ବୁଝାସୁଝା କଲା ପରେ ବର୍ତ୍ତମାନ ପରିସ୍ଥିତ ସମୂର୍ଣ୍ଣ ରୂପେ ଆୟତ୍ତ ରହିଛି ବୋଲି ତହସିଲଦାର ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ