ସଂଗ୍ରାମ ଛତୁଆ କେନ୍ଦ୍ରକୁ କାର୍ଯ୍ୟକାରିତାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିବୃତି ଜରିଆରେ ସଂଗ୍ରାମ ଛତୁଆ କେନ୍ଦ୍ରକୁ କାର୍ଯ୍ୟକାରିତାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡ୍ଡୀ କୁକୁଡାଖଣ୍ଡି ବ୍ଲକର ସଂଗ୍ରାମ ଏସଏଜି ଗ୍ରୁପ ନିମ୍ନମାନର ଛତୁଆ ପ୍ରଦାନ କରୁଥିବା ଏବଂ କେନ୍ଦ୍ରର ପରିସ୍କାର ପରିଚ୍ଛନ୍ନତା ରହୁନଥିବା ନେଇ ଓବିନ୍ୟୁଜରେ ଖବର ପ୍ରକାଶ ପାଇଥିଲା । ପୂର୍ବରୁ ବହୁବାର ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଅଚାନକ ଜଗଦଳପୁର ସ୍ଥିତ ସଂଗ୍ରାମ ଛତୁଆ କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ହେଉଥିବା ଭୂତଳ ପ୍ରାସାଦ ଦେଖିଥିଲେ । କେନ୍ଦ୍ରରେ ବିଦ୍ୟୁତ ବ୍ୟବସ୍ଥା ନଥିବାରୁ ଜିଲ୍ଲାପାଳ ନିଜ ଟର୍ଚ୍ଚ ଲାଇଟରେ ତଦନ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗତ ସପ୍ତାହ ତଳେ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ଛତୁଆ କେନ୍ଦ୍ର ପରିଚାଳିକାଙ୍କୁ ଜିଲ୍ଲା ଅଫିସରେ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଭେଟି ପାରିନଥିଲେ । ପିଲାମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଛତୁଆ ପ୍ରଦାନ କରୁଛନ୍ତି । ଯାହାଫଳରେ ନିମ୍ନମାନର ଛତୁଆ ଶିଶୁମାନେ ନଖାଇ ଗାଈକୁ ଦେଉଛନ୍ତି । ସଦରକାରଙ୍କ ଅପପୃଷ୍ଟି ଦୂରୀକରଣ ଯୋଜନା ଅଧପନ୍ତରିଆ ହୋଇ ରହିଯାଉଛି । ଯାହାକି ରାଜ୍ୟ ବିକାଶରେ ବାଧା ସୃଷ୍ଟି କରିବା ସହ ସରକାର ବଦନାମ ହେଉଛନ୍ତି । ଅନ୍ୟପକ୍ଷେ ଇନ୍ଦ୍ରାସିର ବଜରଙ୍ଗଵାଲୀ ସ୍ୱୟଂସହାୟକ ଗୋଷ୍ଠୀକୁ ମଧ୍ୟ କାର୍ଯ୍ୟକାରିତାରୁ ବାଦ ଦେଇଛନ୍ତି । ଗଞ୍ଜାମ କାଇଁଚପୁର ସ୍ଥିତ ମାଁ ଘଟଗାଁ ଛତୁଆ କେନ୍ଦ୍ରକୁ ରାଜ୍ୟ ଉପସଚିବଙ୍କ ନିର୍ଦ୍ଦେଶ କ୍ରମେ ସଂଘର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ତାଗିତ କରାଯାଇଛି । ଏହାସହ ପରବର୍ତ୍ତୀ ସମୟରେ ପୁନରାବୃତ୍ତି ଘଟିଲେ ଏହାକୁ ମଧ୍ୟ ବାତିଲ କରାଯିବ ବୋଲି ଡିଏସଡବ୍ଲ୍ୟୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା