‘ସଂପର୍କ ମାସ ମିଡ଼ିଆ’ ତରଫରୁ ଜାତୀୟ ଜନ ସମ୍ପର୍କ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଅଗ୍ରଣୀ ମିଡ଼ିଆ ସଂସ୍ଥା ‘ସଂପର୍କ ମାସ ମିଡ଼ିଆ’ ତରଫରୁ ଜାତୀୟ ଜନ ସମ୍ପର୍କ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମଜିଲ୍ଲା କ୍ଷେତ୍ର ପ୍ରଚାରକ ଅଧିକାରୀ ମନମୋହନ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏପ୍ରିଲ ୨୧ ତାରିଖକୁ ଜାତୀୟ ଜନସମ୍ପର୍କ ଦିବସ ଭାବେ ପାଳନ କରାଯାଇଥିବା ଦର୍ଶାଇ ଏହି ଦିନର ମହତ୍ତ୍ୱ ଉପରେ ଆଲୋକପାତ କରାଇଥିଲେ । ୧୯୬୮ ମସିହାରୁ ଭାରତୀୟ ଜନସମ୍ପର୍କ ସୋସାଇଟି ଗଠନ ଓ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବାରୁ ଏହି ଦିନଟିକୁ ଜନସମ୍ପର୍କ ଦିବସ ଭାବେ ପାଳନ କରାଯାଉଛି । ଆଜିକାଲି ଜନ ସମ୍ପର୍କ କ୍ଷେତ୍ରରେ ବିଶେଷ ପ୍ରଗତି ଲକ୍ଷ୍ୟ କରାଯିବା ସହ କ୍ୟାରିୟର ଗଠନ ନିମନ୍ତେ ବେଶ ସହାୟକ ହୋଇପାରିଛି । ପ୍ରତ୍ୟେକ ଅନୁଷ୍ଠାନ, କୋପିରେଟ ହାଉସ ନିଜ ନିଜର ଅନୁଷ୍ଠାନ ବ୍ରାଣ୍ଡ ପ୍ରମୋଶନ ନିମନ୍ତେ ଜନ ସମ୍ପର୍କକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରିଥାନ୍ତି । ଫଳରେ ଉକ୍ତ ସଂସ୍ଥା ଓ ଜନତାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ ବୋଲି ମତ ରଖିଥିଲେ ଦୈନିକ ସୂର୍ଯ୍ୟପ୍ରଭାର ଦକ୍ଷିଣାଞ୍ଚଳ ପ୍ରଭାରୀ ହେମାଙ୍ଗ ପ୍ରସାଦ ରାଉଳ । ଅନ୍ୟତମ ଅତିଥି ଭାବେ ଗୌରାଙ୍ଗ ଚୌଧୁରୀ ମଞ୍ଚାସିନ ଥିବାବେଳେ ସମ୍ପର୍କ ମାସ ମିଡ଼ିଆ ଡ଼ାଇରେକ୍ଟର ସନତ ପଣ୍ଡା ସଭାପତିତ୍ୱ କରିଥିଲେ । ସାମ୍ବାଦିକତା ଓ ଗଣଯୋଗାଯୋଗର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଛାତ୍ରୀ ସୋନାଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିନୋଦ ମହାଙ୍କୁଡ, ସୁକାନ୍ତ ଗୌଡ଼, ତେଜସ୍ପିନି ସେଠି ପରିଚାଳନା କରିବାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା