ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସଂଯୋକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଜଳେଶ୍ୱର ଅଂଚଳର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହୋଇଛି । ସିପିଆଇ(ଏମ୍), ସିଟୁ, କଂଗ୍ରେସ ପ୍ରଭୃତି ୮ଟି ରାଜନୈତିକ ଦଳ ପକ୍ଷରୁ ଏହି ବନ୍ଧ ଡାକରା ଦେଇଥିଲେ । ସକାଳ ୬ରେ ଜଳେଶ୍ୱର ବଡବଜାରଠାରେ ସିପିଆଇ(ଏମ୍) ଦଳ ପକ୍ଷରୁ ରାସ୍ତାରେ ଚେୟାର ପକାଇ ବନ୍ଦ ପାଳନ କରାଯାଇଥିଲା । ସକାର ୭ଟାରେ ଦିଲ୍ଲିପ ଗିରି, ସିତାଂଶୁ ସେନାପତି, ଦିଲ୍ଲିପ ପରିଡା, ଦୀପ୍ତିମାନ ଆଚାର୍ଯ୍ୟ, ମମି ପଣ୍ଡାଙ୍କ ନେତୃତ୍ୱରେ ଖଡଗପୁର-ଭଦ୍ରକ ପାସେଞ୍ଜର ଟ୍ରେନ୍କୁ ଜଳେଶ୍ୱର ଷ୍ଟେସନରେ ଅଟକା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଲ୍ଟୁ ଦାସ, ଗଣେଶ ଭୂୟାଁ, ରବିନ୍ଦ୍ର ବାରିକ, ଜିତାଂଶୁ ନନ୍ଦି, ଯତିନ୍ ଜେନା, ସେକ୍ ନଜିମୁଦ୍ଦିନ, ସେକ୍ ଜମିରୁଦ୍ଦିନ, ଅବଦୁଲ ସାଦ୍ଦିକ, ଜୀବନ ପରିଡା, ସବିତା ଭୂୟାଁ, ଈଷାନୀ ଷଡଙ୍ଗୀଙ୍କ ନେତୃତ୍ୱରେ ୫୭ନଂ ରାଜ୍ୟ ରାଜପଥ ଓ ୬୦ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇ ବନ୍ଦ କରାଇଥିଲା । ସେହିଭଳି କଂଗ୍ରେସ ଦଳ ପକ୍ଷରୁ ରାଜୀବ ପରିଡା, ଗିରିଜା ଶଂକର ଦାସ, ତ୍ରିଲୋଚନା ଦାସ ଅଧିକାରୀ, କାର୍ତ୍ତିକ ଚନ୍ଦ୍ର ଦାସ, ନରେନ୍ଦ୍ର ସିଂ, ହେମନ୍ତ ଗିରି, ମିହିର ଭୂୟାଁ, କଂଗ୍ରେସ କିଷାନମୋର୍ଚ୍ଚା ସଭାପତି ସୁଦାମ ପାତ୍ର, ବିଦ୍ୟାଧର ଘୋଷ, ପ୍ରଦୀପ ପରିଡା, ଅଭିରାମ ସେଠୀ, ତପନ ସେଠୀ, ପରେଶ ବାରିକଙ୍କ ପକ୍ଷରୁ ଜଳେଶ୍ୱର ବଜାର ଓ ୬୦ ନଂ ଜାତୀୟ ରାଜପଥରେ ଅବରୋଧ କରାଯିବାରୁ ଜାନ ଚଳାଚଳ ବନ୍ଦ ରହିଥିଲା । ମଦନ ମହାଲି, ରୁହ୍ୟାଟୁଡୁ, ସୁଜିତ୍ କୁୟର, ସୂର୍ଯ୍ୟକାନ୍ତ ପାତ୍ର, ଗଣେଶ ଜେନା ପ୍ରମୁଖ ସୁଗୋଠାରେ ଭାରତ ବନ୍ଦକୁ ସମର୍ଥନ କରି ବନ୍ଦ ପାଳନ କରିଥିଲେ । କମଳ ଚକ୍ରବର୍ତ୍ତୀ ଓ ଗଣେଶ ପାତ୍ରଙ୍କ ନେତୃତ୍ୱରେ ଭାରତବନ୍ଦକୁ ସମର୍ଥନ ଜଣାଇ ବନ୍ଦ କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା