ସଂସ୍କୃତ ସଂଗୋଷ୍ଠୀର ଦଶ ଦିନିଆ ଶିବର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତ ଭାଷାର ସୁରକ୍ଷା ଲାଗି ଜନ ଆନ୍ଦୋଳନର ଆବଶ୍ୟକତା ଅଛି ବୋଲି ଦୀର୍ଘ ୧୦ଦିନ ଧରି ଜଳେଶ୍ୱର ସଂସ୍କୃତ ସଂଗୋଷ୍ଠୀ ପକ୍ଷରୁ ଚାଲି ଆସୁଥିବା ଆଲୋଚନା ଚକ୍ରର ଉଦଯାପନୀ ଉତ୍ସବ ଶନିବାର ମତପ୍ରକାଶ ପାଇଛି । ଗତ ୨୪ ତାରିଖରେ ଜଳେଶ୍ୱର ଟାଉନ୍ ହାଇସ୍କୁଲ ପରିସରରେ ଜଳେଶ୍ୱର ସଂସ୍କୃୃତ ସଂଗୋଷ୍ଠୀ ପକ୍ଷରୁ ବିଶ୍ୱର ପ୍ରଥମ ଭାଷା ସଂସ୍କୃତ ସମ୍ପର୍କରେ ଆଲୋଚନାଚକ୍ର ଆରମ୍ଭ ହୋଇଥିଲା । ୧୯୮୭ ମସିହାରୁ ଏପରି କାର୍ଯ୍ୟକ୍ରମ ଚଳି ଆସୁଥିବା ବେଳେ ଆଜି ଉଦଯାପନୀ ଉତ୍ସବରେ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସାହୁ ଅଧ୍ୟକ୍ଷତା କରି ସାମାଜିକ ସ୍ତରରେ ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର ଯୋଗ ଦେଇ ସାମ୍ପ୍ରତିକ ସମାଜରେ ସଂସ୍କୃତପ୍ରତି ହତାଦର, ସରକାରୀ ବୈମାତୃକଭାବ, ସଂସ୍କୃତ ଅନୁଷ୍ଠାନ ପ୍ରତି ଅଣଦେଖା, ସଂସ୍କୃତ ଓ ସଂସ୍କୃତି ପ୍ରତି ବିପଦ ଆଣିଛି । ମୁଖ୍ୟବକ୍ତା ଭାବେ ପଣ୍ଡିତ କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇ ସଂସ୍କୃତଭାଷ ବିଜ୍ଞାନ ସଂସ୍କୃତ ଓ ଅମୃତ ଭାଷା ବୋଲି ବର୍ଣ୍ଣନା କରି ଏହାର ଉତ୍ତୋରତ୍ତର ଉନ୍ନତି ସରକାର ଓ ସମାଜ ଚେଷ୍ଟିତ ହେବା ଉଚିତ୍ । ଅଖିଳ ଭାରତ ଅମୃତବାଣୀ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ଏପରି ଆଲୋଚନା ଚକ୍ରକୁ ଅଧିକ ଗୁରୁତ୍ୱ ଦେଇଛି । ସମ୍ମାନୀତ ଅତିଥିଭାବେ ଅଧ୍ୟକ୍ଷ ସୁଧାଂଶୁ ସେଖର ପଣ୍ଡା, ରତିକାନ୍ତ ବେହେରା, ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଟାଉନ୍ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳ ଯୋଗ ଦେଇ ସମୃଦ୍ଧ ଭାଷା ବିନା ଶିକ୍ଷା ଓ ସାମାଜିକ ଜୀବନ ଧ୍ୱସ୍ତ ବିଧ୍ୱସ୍ତ ହୋଇଥାଏ । ସଂସ୍କୃତରୁ ଅନ୍ୟଭାଷା ସୃଷ୍ଟି ହୋଇଥିବାରୁ ଏବଂ ନାସା ୨୦୩୦ମସିହା ବେଳକୁ କମ୍ପୁଟର ପରିଭାଷା ସଂସ୍କୃତରେ ଆବିଷ୍କାର କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପଣ୍ଡିତ ଦନାର୍ଦ୍ଦନ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସପନ ମିଶ୍ର ବେଦପାଠ କରିଥିଲେ । ଦୁଲାଲ ମିଶ୍ର, ଜୟ ପ୍ରକାଶ ଶାସ୍ତ୍ରୀ, ଗିରିଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପ୍ରଶିକ୍ଷକଭାବେ ଯୋଗ ଦେଇ ଥିଲେ । ଏହି ଅବସରପ୍ରାପ୍ତ ଶିକ୍ଷକ ସମ୍ଭୁନାଥ ସାହୁ, ମଦନ ମୋହନ ମହାପାତ୍ର, ହରନାରାୟଣ ଷଡଙ୍ଗୀ, ଗୁରୁପ୍ରସାଦ ରାଉଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ଅଜିତ୍ କୁମାର ମହାନ୍ତି, ଲକ୍ଷହୀରା ଗିରି, ମଧୁସ୍ମିତା ବାରିକ, ସମ୍ୟରଂଜନ ପାତ୍ର, ରମେଶ ଚନ୍ଦ୍ର ଗିରି, ଭୁବନାନନ୍ଦା ଦାସ, ହରେକୃଷ୍ଣ ଜେନା, ସୁଶାନ୍ତ ପଣ୍ଡା, ରାଣିବାଳା କର, ସୁସ୍ମିତା ରାଣୀ ପରିଡା, ସୌମ୍ୟରଂଜନ ପାତ୍ର, ରାଜୀବ କର, ପ୍ରଭାସ ନନ୍ଦ, କାର୍ତ୍ତିକ ମଣ୍ଡଳ, ସଂଜିତା ଜେନା ସହଯୋଗ ଦେଇଥିଲେ । ସଂଜୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା