ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନିର୍ଯ୍ୟାତିତ ମହିଳାମାନଙ୍କ ପାଇଁ ଏକକାଳୀନ ସମାଧାନ କେନ୍ଦ୍ର ସଖୀ-ୱାନ ଷ୍ଟପ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାପାଳ ଅନୁପମ ସାହ ଉଦଘାଟନ କରି ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ମାନବ ଅଧିକାରକୁ ଉଲଘଂନ କରୁଥିବା ସହ ସେମାନଙ୍କର ଭୌତିକ, ମାନସିକ ଶୋଷଣ ସହ ଯୌନ ନିର୍ଯ୍ୟାତନ ସମାଜରୁ ମୂଳ ଉତ୍ପଟନ କରିବା ପାଇଁ ଏବଂ ବଳାତ୍କାର ଭଳି ଜଘନ୍ୟ ଅପରାଧ, ବାଲ୍ୟ ବିବାହ ଓ ପାରିବାରିକ ହିଂସାକୁ ରୋକିବା, ମହିଳା ଚାଲାଣ ପ୍ରତିରୋଧ, ଯୌତୁକ ନିର୍ଯ୍ୟାତନା ତଥା ସମସ୍ତ ପ୍ରକାର ହିଂସାରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିର୍ଯ୍ୟାତିତା ମହିଳାଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ସହାୟତା ଦିଆଯିବା ସହ ସେମାନଙ୍କର ସମସ୍ତ ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳା ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିର୍ଯ୍ୟାତିତା ହୋଇଥିବା ପ୍ରତିଟି ମହିଳାଙ୍କ ମନସ୍ତାତ୍ଵିକ ଓ ସାମାଜିକ ପରାମର୍ଶକୁ ଗୁରୁତ୍ୱାରୋପ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଗୁନୁ ରାନୀ ପଟ୍ଟନାୟକ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ଃ. ସରୋଜ କୁମାର ମିଶ୍ର, ଆଇ.ଏସ.ଆର.ଡି ନିର୍ଦ୍ଦେଶକ ସୁଧୀର ସାବତ, ସୁରକ୍ଷା ଅଧିକାରୀ ଯୋଶବନ୍ତି ବେହେରା, ଡ଼ଃ. ଆନନ୍ଦ, ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡଣ୍ଟ ଡ଼ଃ. ରମେଶ ମିଶ୍ର ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିଭଗ ଓ ମିଶନ ଶକ୍ତି ପ୍ରୟୋଜନ କରୁଥିବା ବେଳେ ଆଇଏସଆରଡି ଅନୁଷ୍ଠାନକୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କର୍ମକର୍ତ୍ତା, ସାରଳା ପାତ୍ର, ରଶ୍ମି ରଞ୍ଜନ ସେଠି, ଅଜୟ କୁମାର ନାୟକ, ସୁବାସ ପାଣିଗ୍ରାହୀଙ୍କ ସହ ଆଇଏସଆରଡିର ସହ ନିର୍ଦ୍ଦେଶକ ପ୍ରଭୁ ପ୍ରସାଦ ପାତ୍ର, ଚାଇଲଡଲାଇନର କେନ୍ଦ୍ର ସଂଯୋଜକ ନାଗେଶ୍ୱର ଚୌଧୁରୀ, ସୁରେଶ କୁମାର, ଭେଙ୍କଟ ସେନାପତି, ଭି.ମୁରଲୀ, ଗଙ୍ଗାବଡ଼ ରାଜୁ ସବର, ସଲମାନ ମଲ୍ଲିକ, ମଞ୍ଜୁଳା ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା