ବୁଗୁଡା (ସମୃଦ୍ଧ ଓଡିଶା) ସୁରତ ମହାନଗର ନିଗମରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜର ଅନ୍ୟତମ ନୂତନ ଶାଖା ସୁରତର ସଚିନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଭାପତି ପ୍ରଦୀପ କୁମାର ସାହୁଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି । ସୁରତରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ରହୁଥିବା ବେଳେ ପ୍ରବାସୀ ଓଡ଼ିଆ ସମାଜର ଶାଖା ବିଭିନ୍ନ ଅଞ୍ଚଳରେ ଖୋଲିଥିବା ବେଳେ ଗତ ଜୁଲାଇ ୧୨ ତାରିଖ ଦିନ ନୂତନ ଶାଖା ସଚିନ ଅଞ୍ଚଳରେ ଆରମ୍ଭ କରାଯାଇଛି । ସଚିନ ଅଞ୍ଚଳର ଏହି ନୂତନ କାର୍ଯ୍ୟାଳୟକୁ ପ୍ରବାସୀ ଓଡ଼ିଆ ସମାଜର ମୁଖ୍ୟ ସଂଗଠନର ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକର୍ମରେ ଆଡଭୋକେଟ ସ୍ୱତୀ ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ଗୋପୀନାଥ ଲେଙ୍କା, ଟୁଲୁ ପଣ୍ଡା, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ (ମୁନା ଭାଇ), ଲକ୍ଷ୍ମଣ ନାୟକ,ଭାଗିରଥି ବେହରା ଋଷି ପାତ୍ର, ଅଭିମନ୍ୟୁ ସାହୁ, ଶୈଳେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜଗୁ, ଅଚ୍ୟୁତ, କାଶୀନାଥ, ବିରଞ୍ଚି, କାର୍ତ୍ତିକ, ପ୍ରଦୀପ,ଜୟ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା