


ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)- ନିଜେ ଓ ନିଜ ଘରକୁ ପରିଷ୍କାର ପରଚ୍ଛନ୍ନତା ସହିତ ବହିଖାତା ଓ ଲୁଗାପଟା ଗୁଡ଼ିକୁ ସଜାଇ ସାଇତି ରଖିବା l ଏହି ବାର୍ତ୍ତା କୁ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସ୍ଥାନୀୟ ପ୍ରାଥମିକ ବାଲ ସଂସ୍କାର କେନ୍ଦ୍ର ମାନଙ୍କୁ ଭ୍ରାମ୍ୟମାଣ କରି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରିଥିଲେ । ସକାଳୁ କୁମ୍ଭାର ସାହି କେନ୍ଦ୍ରର ପ୍ରତିନିଧି ସୁନୀତା ଦିଦି ଏବଂ ଅପରାହ୍ନରେ ଆର୍ବନ୍ ହଷ୍ଟେଲ କେନ୍ଦ୍ରର ପ୍ରତିନିଧି ଗୀତାଞ୍ଜଳି ବେହେରା ସହଯୋଗରେ ସଂସ୍କାର ଯୁକ୍ତ ସ୍ବଚ୍ଛତା କାର୍ଯକ୍ରମ ହୋଇଥିଲା । ସେମାନଙ୍କୁ ଶିଶୁ ମାନେ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ।
ରିପୋର୍ଟ :କୃଷ୍ଣ କୁମାର ବେହେରା