ସଜ୍ଞାହୀନ ଅବସ୍ଥାରେ ଯୁବତୀ ଉଦ୍ଧାର : ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଧିନ ଖାଲିନା ରାସ୍ତାରେ ଆଜି ସକାଳେ ସଂଜ୍ଞାହୀନ ଅବସ୍ଥାରେ ଜନୈକା ଯୁବତୀକୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନା ଓ ପରେ ବାଲେଶ୍ୱର ସଦର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ନାମ୍ପୋ-ଖାଲିନା ରାସ୍ତାରେ ଜନୈକା ଯୁବତୀ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ନାମ୍ପୋ ଫାଣ୍ଡିକୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ନାମ୍ପୋ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର ଏକ ଘରୋଇ ଟେମ୍ପୋଯୋଗ ସଂପୃକ୍ତା ଯୁବତୀକୁ ଜଳେଶ୍ୱରସ୍ଥିତ ଜିକେଭଣ୍ଟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ମାତ୍ର ଯୁବତୀ ଜଣକ ସଂଜ୍ଞାହୀନ ଥିବାରୁ ସେ କେଉଁ ପରିସ୍ଥିତିରେ ସେଠାରେ ପହଞ୍ଚିଲା ତାହା ଜଣାପଡିନଥିଲା । ତାର ମୁଣ୍ଡରେ ଆଘାତ ଓ ପିନ୍ଧିଥିବା ବସ୍ତ୍ର ଅସଂଜତ ଥିବାରୁ ତାକୁ ଗଣଦୁର୍ଷମ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତାର ସଠିକ୍ ପରିଚୟ ମିଳିପାରିନଥିବା ବେଳେ ସେ ନୟାଗଡ ଅଂଚଳର ବାସିନ୍ଦା ବୋଲି ପୁଲିସ୍ ନିକଟରୁ ସୂଚନା ମିଳିଛି । ଚେତା ଫେରିଲେ ଯୁବତୀ ନିକଟରୁ ସମସ୍ତ ତଥ୍ୟ ମିଳିପାରିବ ବୋଲି ଜଳେଶ୍ୱର ପୁଲିସ୍ ପ୍ରକାଶ କରିଛି ।

ରିପୋର୍ଟ : ଭୂପତି କୁମାର ପରିଡା