

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କୋରନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଥିବା ବେଳେ ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ଏଥିପାଇଁ ଜୁନ ମାସର ପ୍ରଥମ ସପ୍ତାହିକ ସଟଡାଉନର ପ୍ରଥମ ଦିନରେ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ଥିବା ଦେଖିବାକୁ ମିଳିଛି । ସଟଡାଉନ ପ୍ରଭାବରେ ବ୍ରହ୍ମପୁର ସହରର ଗିରି ମାର୍କେଟ, ଅର୍ଣ୍ଣପୂର୍ଣ୍ଣ ମାର୍କେ, ଫାଷ୍ଟଗେଟ, ମୁଖ୍ୟରାସ୍ତା, ବସଷ୍ଟାଣ୍ଡ ସହ ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ଗୁଡିକ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଥିବା ଦେଖାଯାଇଛି । କେବଳ କିଛି ଔଷଧୀୟ ଦୋକାନମାନଙ୍କୁ ଛାଡ଼ି ଦେଲେ ଦୋକାନ ବଜାର, ଗାଡିମଟର ଓ ସାଧାରଣ ଲୋକଙ୍କ ଚଳପ୍ରଚଳନ ଉପରେ ରୋକ ଲଗାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଅଂଚଳରେ ପେଟ୍ରୋଲିଂ କରି ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ।
ରିପୋର୍ଟ – ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
