ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଏକ ଟାଟା ମେଜିକ ଗାଡ଼ିରେ ସଟ୍ ସର୍କିଟ୍ ଯୋର୍ଗୁ ନିଆଁ ଲାଗି ଯାଇଥିଲା । ଏହି ଗାଡ଼ିଟି ଛତ୍ରପୁର ବ୍ଲକର ନୋଳିଆ ନୂଆଗାଁର ବୋଲି ଜଣାପଡ଼ିଛି । ସେ ବ୍ରହ୍ମପୁରୁ ନୋଳିଆ ନୂଆଗାଁ ଫେରୁଥିବା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ନିଆ ବାହାରି ଗାଡ଼ି ଜଳି ଯାଇଥିଲା । ଏଥିରେ କେହି ଯାତ୍ରୀ ନଥିଲେ କେବଳ ଡ଼୍ରାଇଭର ଏ. କାମେୟା ଥିଲେ ଅଳ୍ପକେ ବର୍ତ୍ତି ଯାଇ ଗାଡ଼ିରୁ ବାହାରକୁ ଆସିଯାଇଥିଲେ । ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡ଼ିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା