ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ଉପଖଣ୍ଡ ଲୋଚାପଡ଼ା ଗ୍ରାମରେ ଲୋଚାପଡା ସମବାୟ ସମିତି ବ୍ୟାଙ୍କର ସମ୍ପାଦକ ଜଗନାଥ ପାତ୍ରଙ୍କ ସେହି ବ୍ୟାଙ୍କରେ ସଟ ସର୍କିଟ ଯୋଗୁଁ ବିଦ୍ୟୁତ ଆଘାତରେ ପୋଡି ହୋଇ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲୋଚାପଡା ଗ୍ରାମରେ ଥିବା ବ୍ୟାଙ୍କର ସମସ୍ତ କର୍ମଚାରୀ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଜଗନାଥ ଏକାକୀ ବ୍ୟାଙ୍କରେ ଥିଲେ । ଏହି ସମୟ ମଧ୍ୟରେ ଏକ କମ୍ପୁଟରରୁ ନିଆଁ ବାହାରି ଜଗନ୍ନାଥଙ୍କୁ ଆଘାତ ଦେଲା ଫଳରେ ନିମିଷେକ ମଧ୍ୟରେ ପୋଡି ହୋଇ ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲେ ଏବଂ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା