ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଅଚେତ ଅବସ୍ଥାରେ ରାଜ ପଥରେ ପଡ଼ିଥିଲେ । ଛତ୍ରପୁର ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇ ଏହି ଯୁବକଙ୍କୁ ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଆଜି ଅର୍ଥାତ ରବିବାର ସକାଳେ ଯୁବକର ସନ୍ଧାନ ମିଳିପାରିଥିଲା । ଯୁବକର ନାମ ତଥା ବାଇକ ଚାଳକ ଜି.ରାଜେନ୍ଦ୍ର ରେଡ୍ଡୀ, ଆଇ.ଆର.ଇ.ଛକ ଘଡ଼ଘଡାପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ସେ ଛତ୍ରପୁର ବାଇପାସ ସ୍ଥିତ ବାୟା-ରେଷ୍ଟୁରାଣ୍ଟରେ କାମ କରୁଥିବା ଲୋକ ବୋଲି କୁହାଯାଏ । ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥସ୍ଥ ମା’ଉଜ୍ଵଲେଶ୍ୱରୀ ମନ୍ଦିର ଛକ ନିକଟରେ ସଡକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଥିଲେ । ଆଜି ସକାଳେ ଆହତ ଯୁବକଙ୍କ ଘର ସମ୍ପର୍କୀୟ ଲୋକ ଆସିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାଜେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ବୋଲି ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମିଡ଼ିଆକୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା